ଥାର୍ଡ ଡିଗ୍ରୀର ବଦଲା ଭିଡିଓ

144

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଦେହ ବେପାରର ସୈାଦାଗର ସୁନୀଲ୍ ମେହେର ଏବେ ଜେଲ ରେ। ସାରା ଦେଶରେ ସେକ୍ସ ନେଟଓାର୍କ ଚଳାଇଥିବା ସୁନୀଲ୍ ଠାରୁ କମିଶନରେଟ୍ ପୁଲିସ ପାଇଛି ଅନେକ ତଥ୍ୟ । ହେଲେ ଯିଏ ସୁନୀଲକୁ ଧରାଇଥିଲା ତାକୁ ନିସ୍ତୁକ ମାଡ ମାରିଛନ୍ତି ତାର ସହଯୋଗୀ । ପ୍ରଥମେ ଅପହରଣ ଓ ପରେ ଏକ ନିଛାଟିଆ ଜାଗାରେ ମାଡ ମରାଯାଇଛି ଉକ୍ତ ଯୁବକକୁ। କେବଳ ସେତିକି ନୁହେଁ ଏହାର ଭିଡିଓ ରେକର୍ଡିଂ କରି ଉପହାର ଦେଇଛନ୍ତି ସୁନୀଲଙ୍କ ପତ୍ନୀ ସୋଫିଆଙ୍କୁ ।

ସେକ୍ସ ସର୍ଦ୍ଦାର ସୁନୀଲ୍ ମେହେର୍ । କୋଲକତାରୁ ଗିରଫ ହେଲାପରେ ଏବେ ଝାରପଡା ଜେଲରେ । ହେଲେ ଜେଲ୍ ଭିତରୁ ନେଉଛି ବଦଲା। ଆଉ ବଦଲାପୁର ନାୟିକା ସାଜିଛି ସୁନୀଲର ପତ୍ନୀ ସୋଫିଆ । ସୁନୀଲର ସେକ୍ସ ଇଣ୍ଡଷ୍ଟ୍ରିରେ ମ୍ୟାନେଜର୍ ସାଜିଥିଲା ଏହି ଯୁବକ ଜଣକ । ଆଉ ସୁନୀଲ କୁ ଧରିବାକୁ କମିଶନରେଟ୍ ପୁଲିସ୍ ଏହି ଯୁବକକୁ କରିଥିଲା ମାଧ୍ୟମ । ଖବରିସାଜି ଏହି ଯୁବକ ଦେଇଥିଲା ସୁନୀଲର ସିକ୍ରେଟ୍ ରୁଟ୍ ପ୍ଲାନ୍ । ଆଉ କୋଲକତାରୁ ସୁନୀଲ୍ କୁ ଗିରଫ କରିବାରେ କମିଶନରେଟ୍ ପୁଲିସ କୁ ମିଳିଥିଲା ସଫଳତା । ଏହି ଷଡଯନ୍ତ୍ର ଜାଣିବା ପରେ ସୁନୀଲର ପତ୍ନୀ ହୋଇଥିଲା ରକ୍ତମୁଖା । ନିଜ ସହଯୋଗୀଙ୍କୁ ଦେଇଥିଲା ଡେଡ୍ ଲାଇନ୍ । ଆଉ ସେହି ଡେଡ୍ ଲାଇନ ଭିତରେ ସୁରତରେ ମିଳିଥିଲା ଏହି ଯୁବକର ସନ୍ଧାନ । ସୋଫିଆଙ୍କ ନିର୍ଦେଶ ଥିଲା ତାକୁ ଲହୁଲୁହାଣ କରିବାକୁ । ଆଉ ସେହି ବର୍ବରୋଚିତ କାଣ୍ଡର ଭିଡିଓ ସୁଟିଂ କରି ପଠାଇବାକୁ । ଆଉ ଏ ହେଉଛି ସେହି ଭିଡିଓ । ବଦଲାର ଭିଡିଓ । ଯେଉଁ ଭିଡିଓ ପାଇଁ ଏହି ଅଣଓଡିଆ ଭଡାଟିଆ ଗୁଣ୍ଡାଙ୍କୁ ମିଳିଛି ମୁଁ ମାଙ୍ଗେ କିମତ ।