ଚାର୍ଜସିଟ୍ ଚାଂଚଲ୍ୟ : ମହିଳା ଚଳାଉଥିଲେ ସୁନୀଲର ଏସକର୍ଟ ସର୍ଭିସ ଓ ପେଡ୍ ଗର୍ଲଫ୍ରେଣ୍ଡର ରାକେଟ୍

56

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କନକ ନ୍ୟୁଜ୍ ହାତରେ ଲାଗିଛି ସୁନୀଲ ମେହେର ବିରୋଧରେ କମିଶନରେଟ୍ ପୋଲିସ ଦାଖଲ କରିଥିବା ଚାର୍ଜସିଟ୍ । ଦେହ ବଜାରର ବେତାଜ୍ ବାଦଶାହା ସୁନିଲ ସମେତ ପୋଲିସ ଦାଖଲ କରିଛି ୧୦ ଜଣ ଅଭିଯୁକ୍ତଙ୍କ ପଂଜିକା । ତେବେ ସବୁଠାରୁ ବଡ କଥା ହେଲା ସୁନୀଲର ଇଂଗିତରେ ଜଣେ ମହିଳା ଚଳାଇଥିଲେ ଏହି ସେକ୍ସ ବିଜନେସ୍ । ଯେଉଁଥିରେ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଥିଲା ଏସକର୍ଟ ସର୍ଭିସ  ଓ ପେଡ୍ ଗର୍ଲଫ୍ରେଣ୍ଡ । ଆଉ ଏଥିରୁ ରୋଜଗାର ହେଉଥିବା କୋଟି କୋଟି ଟଂକା ପାର୍ଟନରଙ୍କ ଭିତରେ ବଂଟା ଯାଉଥିଲା । କେମିତି ଚାଲିଥିଲା ଏହି ସେକ୍ସ ସାମ୍ରାଜ୍ୟ । ଦେଖନ୍ତୁ କନକ ନ୍ୟୁଜର ଏକ୍ସକ୍ଲୁସିଭ୍ ରିପୋର୍ଟ ।