ଦେହ ଦଲାଲର ‘ମେହେର’ ବ୍ରାଣ୍ଡ

58

ମେହେର ବ୍ରାଣ୍ଡକୁ ନେଇ ଚାଲିଥିଲା ଦେହ ବେପାର । ବ୍ୟବସାୟ ଓ କାରବାରର ଆଢୁଆଳରେ ନିଜର କଳା ସାମ୍ରାଜ୍ୟ ଚଳାଇଥିଲା ସୁନୀଲ ମେହେର । ସେକ୍ସ ରାକେଟର ଏହି କିଙ୍ଗପିନ ଧରାପଡିବା ପରେ ପୋଲିସକୁ ମିଳିଛି ଏମିତି କିଛି ତଥ୍ୟ । ତେବେ କେମିତି ଚାଲିଥିଲା ସୁନୀଲର ସେକ୍ସ ରାକେଟ ।

ସମ୍ବଲପୁରୀ ଶାଢୀ ଆଉ ହସ୍ତତନ୍ତ ଶିଳ୍ପକୁ ନେଇ ମେହେର ବ୍ରାଣ୍ଡ ରାଜ୍ୟ ଓ ରାଜ୍ୟ ବାହାରେ ବେଶ ପରିଚିତ । ଏପରିକି ବିଦେଶରେ ମଧ୍ୟ ଏହାର ରହିଛି ଏକ ସ୍ୱତନ୍ତ୍ର ପରିଚୟ । ହେଲେ ଏହି ମେହେର ବ୍ରାଣ୍ଡ ସୁନୀଲ ପାଇଁ ସାଜିଥିଲା ଦେହ ବେପାରର ଟ୍ୟାଗଲାଇନ । କୋଲକାତା ସମେତ ଦେଶର ବିଭିନ୍ନ ସ୍ଥାନରେ ଟେକ୍ସଟାଇଲ ବ୍ୟବସାୟୀର ପରିଚୟ ଦେଇ ଲୁଚି ରହୁଥିଲା ସୁନୀଲ । ଆଉ ମେହେର ସାଙ୍ଗିଆ ଥିବାରୁ କାହାରି ବି ସନ୍ଦେହ ହେଉନଥିଲା ସେକ୍ସ ରାକେଟର ଏହି କିଙ୍ଗପିନ ଉପରେ । ହେଲେ ବ୍ୟବସାୟର ଆଢୁଆଳରେ ସୁନୀଲ ବିସ୍ତାର କରି ଚାଲିଥିଲା ନିଜ ଦେହ ବେପାରର ସାମ୍ରାଜ୍ୟ । ଏମିତି କି ନିଜର ମେହେର ସରନେମ୍ ବ୍ୟବହାର କରି ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ବି ସମ୍ପର୍କ ଯୋଡିବାରେ ସଫଳ ହୋଇଥିଲା ଏହି ଦେହ ଦଲାଲ ।

ପଶ୍ଚିମ ଓଡଶାରେ ଶାଢୀ ବ୍ୟବସାୟରେ ମେହେର ବ୍ରାଣ୍ଡର ରହିଛି ବେଶ ଖ୍ୟାତି । ବୋଧହୁଏ ଏହା ବେଶ ଭଲ ଭାବରେ ବୁଝି ସାରିଥିଲା ସୁନୀଲ । ଆଉ ଏହି ମେହେର ବ୍ରାଣ୍ଡକୁ ବ୍ୟବହାର କରି ପୋଲିସ ଆଖିରେ ଧୁଳି ଦେଇ ଖସିଯିବାରେ ସମର୍ଥ ହେଉଥିଲା ସୁନୀଲ ।