“ମଣିଷକୁ ମଣିଷ ଭାବ” ! କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ସୁନୀଲଙ୍କ କଡା ଉତ୍ତର

78

କପିଲ ଶର୍ମା ଅଉ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଚାଲିଥିବା ଲଢେଇ ପୁଣି ଏକ ବିବାଦୀୟ ମୋଡ ନେଇଛି । ଗତକାଲି କପିଲ, ସୋସିଆଲ ମିଡିଆରେ ପୋଷ୍ଟ କରି ଭୁଲ ମାଗିଥିବା ବେଳେ ଏହାର କଡା ଜବାବ ଦେଇଛନ୍ତି ସୁନୀଲ । କପିଲଙ୍କ ହସ ହସ ଚେହେରା ପଛରେ ଥିବା ଭିନ୍ନ ଏକ ମୁଖାକୁ ସେ ସାମ୍ନାକୁ ଆଣିଛନ୍ତି ।

ସୁନୀଲ ଲେଖିଛନ୍ତି, ଆପଣଙ୍କ ଠାରୁ ଯଦିଓ ବହୁତ କିଛି ଶିଖିବାକୁ ମିଳିଛି ତେବେ ଆପଣଙ୍କ ବ୍ୟବହାର ବହୁତ ଦୁଃଖ ଦେଇଛି । ଗୋଟିଏ ପରାମର୍ଶ ଦେବି, ମଣିଷଙ୍କୁ ମଣିଷର ଦୃଷ୍ଟିକୋଣରେ ଦେଖ । ସମସ୍ତେ କପିଲ ଶର୍ମାଙ୍କ ଭଳି ସଫଳତା ପାଇ ପାରିବେ ନାହିଁ କି ସେଭଳି ଟାଲେଣ୍ଟ ବି ସମସ୍ତଙ୍କ ପାଖରେ ନାହିଁ ।

ଯଦି ଆପଣଙ୍କ ଭଳି ଅନେକ ଲୋକ ଥାନ୍ତେ ତେବେ କପିଲ ଶର୍ମାଙ୍କୁ ଗୁରୁତ୍ୱ କିଏ ଦିଅନ୍ତା ? ତେଣୁ ଅନ୍ୟର ଉପସ୍ଥିତିକୁ ସମ୍ମାନ ଦେବା ଶିଖନ୍ତୁ । ଯଦି କପିଲ ଶର୍ମାଙ୍କର ଭୁଲକୁ କିଏ ସାମ୍ନାକୁ ଆଣୁଛି, ତେବେ ତାକୁ ଗାଳି ଦିଅନ୍ତୁନି । ଆଉ ମହିଳାଙ୍କ ସାମ୍ନାରେ ଅଶ୍ରାବ୍ୟ ଭାଷାରେ ଗାଳି କରନ୍ତୁନି ।

ମୁଁ ଏଥିପାଇଁ ଧନ୍ୟବାଦ ଦେଉଛି, ଯେ ଆପଣ ମୋତେ ଚେତାଇ ଦେଲେ କି କପିଲ ଶର୍ମା ଶୋ କେବଳ ଆପଣଙ୍କର, ଯେତେବେଳେ ଯାହାକୁ ଚାହିଁବେ ବାହାର କରିପାରିବେ । ଆପଣ କମେଡି ଦୁନିଆର ବାଦଶାହ ଆଉ ନିଜ ଦୁନିଆରେ ସର୍ବଶ୍ରେଷ୍ଠ । ହେଲେ ମନ ରଖ, ତମେ ଭଗବାନ ନୁହେଁ ।

ନିଜର ଧ୍ୟାନ ରଖ, ଆଉ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା ଆପଣ ଆହୁରି ସଫଳତା ପାଆନ୍ତୁ । କିଛି ଦିନ ତଳେ ବିମାନ ଭିତରେ କପିଲ ଶର୍ମା ଆଉ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଝଗଡା ହୋଇଥିବା ନେଇ ରିପୋର୍ଟ ଆସିଥିଲା । ଏପରିକି ଉଭୟେ ପରସ୍ପରକୁ ଟ୍ୱିଟରରେ ଅନଫଲୋ ମଧ୍ୟ କରିଥିଲେ ।

ସ୍ଥିତି ଏମିତି ଥିଲା ଯେ, ମସହୁର ଗୁଲାଟି କ୍ୟାରେକ୍ଟର ଛାଡିବାକୁ ସୁନୀଲ ନିଷ୍ପତ୍ତି ନେଇ ସାରିଥିଲେ, ତେବେ ଏହାପରେ କପିଲ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ମାତ୍ର ଏ ବିବାଦ ଏବେ ଥମିବାର ନାଁ ନେଉନି ।