ଡେଙ୍ଗୁରେ ଆକ୍ରାନ୍ତ କମେଡିଆନ୍ ସୁନୀଲ୍ ଗ୍ରୋଭର୍ ! ହସ୍ପିଟାଲରେ ହୋଇଛନ୍ତି ଭର୍ତ୍ତି

64

ସୁନୀଲ୍ ଗ୍ରୋଭରଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର । ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ଡାକ୍ତର ମସହୁର୍ ଗୁଲାଟୀ । ମୁମ୍ବାଇ ସ୍ଥିତ ଏସିୟାନ୍ ହାର୍ଟ ଇନଷ୍ଟିଚ୍ୟୁଟରେ ସୁନୀଲଙ୍କ ଚିକିତ୍ସା ଚାଲିଛି । ମିଡିଆ ରିପୋର୍ଟସ ମୂତାବକ ସୁନୀଲ୍ ଦୀର୍ଘ ଦିନ ଧରି ଜ୍ୱରରେ ପୀଡିତ ଥିଲେ । ତେବେ ମେଡିକାଲ୍ ଟେଷ୍ଟ କରିବା ପରେ ସେ ଡେଙ୍ଗୁର ଶିକାର ହୋଇଛନ୍ତି ବୋଲି ଜଣାପଡିଥିଲା  ।

celeb-sick-featuredବର୍ତ୍ତମାନ ସୁନୀଲଙ୍କ ଚିକିତ୍ସା ଚାଲିଛି ଏବଂ ଖୁବ୍ ଶୀଘ୍ର ସେ ନଜର ଆସିବେ ଛୋଟ ପରଦାରେ । ସୁନୀଲ୍ ନିଜ ସ୍ୱାସ୍ଥ୍ୟ ନେଇ ଟୁଇଟ୍ କରି ଭଲ ଥିବା କହିଛନ୍ତି । ତେବେ ବୋଧହୁଏ ଷ୍ଟାରଙ୍କ ଷ୍ଟାର୍ ଭଲନାହିଁ । ଲାଗୁଛି ବଲିଉଡକୁ କାହାର ନଜର ଲାଗିଯାଇଛି । କାରଣ କେବଳ ସୁନୀଲ୍ ନୁହଁନ୍ତି ଜଣେ ନୁହେଁ ଚାରିଜଣ ପ୍ରତିଷ୍ଠିତ ତଥା ଲୋକପ୍ରିୟ ତାରକା ଅସୁସ୍ଥ ଅଛନ୍ତି । ପ୍ରଥମେ ଖବର ଆସିଲା ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ୍ କୁମାର ଅସୁସ୍ଥ ଅଛନ୍ତି । ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି । ତେବେ ଖବର ଆସିଛି ଯେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି । କିଡନୀ ସମସ୍ୟା ଯୋଗୁଁ ଦିଲ୍ଲୀପ୍ କୁମାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଅନ୍ୟପଟେ ମିଷ୍ଟର୍ ପରଫେକ୍ଟନିଷ୍ଟ ଆମୀର୍ ଖାନ୍ ଏବଂ ପତ୍ନୀ କିରଣ ରାଓଙ୍କୁ ସ୍ୱାଇନ୍ ଫ୍ଲୁ ହୋଇଥିଲା । ହଠାତ୍ ସ୍ୱାଇନ୍ ଫ୍ଲୁ ହେବା କାରଣରୁ ପୁଣେର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିଲେନି ଆମୀର୍ । ତେବେ ଆମୀରଙ୍କ ସ୍ଥାନରେ ଶାହାରୁଖ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ତେବେ କେବଳ ପୁଣେ ନୁହେଁ ଅନେକ କାର୍ଯ୍ୟକ୍ରମରେ ଯୋଗନଦେଇପାରିବାରୁ ସ୍ଥଗିତ ରହିଲା ।

ଆମୀରଙ୍କ ପରେ ରିଚା ଚଢା ମଧ୍ୟ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ  । ରିଚା ସୋସିଆଲ୍ ମିଡିଆରେ ଏକ ଏକ ମାସ୍କ ପିନ୍ଧା ଫଟୋ ପୋଷ୍ଟ କରିଥିଲେ  ।

ସେହିପରି ଶାହାରୁଖ ମଧ୍ୟ ଅସୁସ୍ଥ । ତାଙ୍କ ଅଂଟାରେ ଆଘାତ ଲାଗିଛି । ସିନେମା ଜବ୍ ହ୍ୟାରୀ ମେଟ୍ ସେଜଲର ପ୍ରମୋସନ୍ ପାଇଁ ସେ କେଲକାତା ଯାଇଥିଲେ ସେତେବେଳେ ତାଙ୍କ ଅଂଟାରେ ଆଘାତ ଲାଗିଥିଲା । ସେଥିପାଇଁ ସେ କୋଲକାତାରେ ବିଳମ୍ବରେ ପହଂଚିଥିଲେ । ତେବେ ତାଙ୍କୁ ଏହି କେମିତି ଲାଗିଲା ତାହା ଜଣା ନାହିଁ । କୋଲକାତାରେ ତାଙ୍କୁ ଅପେକ୍ଷା କରିଥିବା ସାମ୍ବାଦିକ ମାନଙ୍କୁ ମେସେଜ୍ ଜରିଆରେ ଜଣାଇଥିଲେ ଯେ ତାଙ୍କ ଅଂଟାରେ ଆଘାତ ଲାଗିଥିବାରୁ ଡାକ୍ତରଙ୍କ ପାଖକୁ ଯାଇଛନ୍ତି । ତେଣୁ ପହଂଚିବାରେ ବିଳମ୍ବ ହେବ । ଏହା ପୂର୍ବରୁ ତାଙ୍କ ପିଠି ପାଇଁ ସର୍ଜରୀ ମଧ୍ୟ କରିଥିଲେ । ତେବେ ଏଥିରୁ ଜଣା ପଡୁଛି ବଲିଉଡ୍ ଷ୍ଟାର୍ ମାନଙ୍କ ଷ୍ଟାର୍ ବୋଧେ ଠିକ୍ ନାହିଁ ।