ସାବଧାନ କପିଲ ଶର୍ମା ! ଡକ୍ଟର ଗୁଲାଟ୍ଟୀ ଆଣୁଛନ୍ତିି ଆଉ ଏକ ନୂଆ ଚ୍ୟାଲେଞ୍ଜ

29

ଲାଗୁଛି କପିଲ ଶର୍ମାଙ୍କ ସୋ ଛାଡିବା ପରେ ସୁନୀଲ ଗ୍ରୋଭର ମାନେ ଆପଙ୍କ ଅତିପ୍ରିୟ ମସହୁର ଗୁଲାଟ୍ଟୀଙ୍କ ଭଲ ଦିନ ଆରମ୍ଭ ହୋଇଯାଇଛି । ନିକଟରେ ଏକ ଟିଭି ରିୟାଲିଟି ସୋରେ ‘ସବସେ ବଡା କଳାକାର’ରେ ଅଭିନତ୍ରୀ ତଥା ସୋ’ର ଜଜ୍ ରବୀନା ଟଣ୍ଡନଙ୍କ ସହ ଠୁମକା ଲଗାଉଥିବାର ନଜର ଆସିଥିଲେ ।

ଡକ୍ଟର ଗୁଲାଟ୍ଟୀ ଅକ୍ଷୟ କୁମାର ହୋଇ ରବୀନାଙ୍କ ସହ ଡ୍ୟାନ୍ସ କରିଥିଲେ । ସୋ’ର ଏହି ଭିଡିଓକୁ ସୋନୀ ଚ୍ୟାନେଲ ନିଜର ଫେସବୁକ ଆକାଉଂଟରେ ଶେୟାର କରିବାର କିଛି ସମୟ ପରେ ହିଁ ଭିଡିଓ ସଙ୍ଗେ ସଙ୍ଗେ ଭାଇରାଲ ହୋଇଗଲା ।

ସୁନୀଲ ଗ୍ରୋଭର ବହୁତ ଜଲଦି ସୋନୀ ଟିଭିରେ ନିଜର ସୋ’ ନେଇକି ଆସୁଛନ୍ତି । କପିଲ ଠାରୁ ଅଲଗା ହେବା ପରେ ସେ ସୋନୀର ରିୟାଲିଟି ସୋ’ରେ ନିଜର କମେଡିର ଯାଦୁରେ ଦର୍ଶକଙ୍କ ହୃଦୟ ଜିତୁଛନ୍ତି । ଏପଟେ ଲୋକପ୍ରିୟ ହାସ୍ୟକଳାକର କପିଲ ଶର୍ମାଙ୍କ ସୋ’ର ଟିଆରପିି ଲଗାତାର ଭାବେ କମ ରହୁଥିବା ସୂଚନା ମିଳିଛି ।