ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ସୁନିଲ ବିଶୋଇ ଆହତ

42

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : କୁକ୍ଷାତ ଅପରାଧୀ ସୁନିଲ ବିଶୋଇକୁ ଏନକାଉଂଟର । ଗତକାଲି ବିଳମ୍ବିତ ରାତିରେ ଆମ୍ବପୁଆ ଦୃଷ୍ଟିହୀନ ସ୍କୁଲ ନିକଟରେ ପୁଲିସ୍ ଗୁଳିରେ ଆହତ ହୋଇଛି ସୁନିଲ । ଗୋଡରେ ଦୁଇଟି ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି । ସେପଟେ ଏହି ଏନକାଉଂଟରବେଳେ ଆହତ ହୋଇଛନ୍ତି ବିଏନପୁର ଥାନା ଆଇଆଇସି । ଗୋଷାଣି ନୂଆଗାଁ ଢିପ ସାହିର ସୁନିଲ ବିଶୋଇ ନାଁରେ ହତ୍ୟା, ଗୁଳିମାଡ ଓ ଡକାୟତି ଭଳି ୧୦ରୁ ଅଧିକ ଅପରାଧିକ ମାମଲା ଥିଲା । ତା ନିକଟରୁ ଏକ ଦେଶୀ ବନ୍ଧୁକ ଓ ୫ ରାଉଣ୍ଡ ଗୁଳି ଜବତ କରିଛି ପୁଲିସ୍ । ଡକାୟତି ଉଦ୍ୟମ ଅଭିଯୋଗରେ ଗିରଫ ହୋଇ ସେ ଜେଲରେ ଥିବା । ଜାମିନରେ ମୁକୁଳିବା ପରେ ପୁଣି ବିଭିନ୍ନ ଅପରାଧରେ ଲିପ୍ତ ଥିଲା ସୁନିଲ ।