ସୁନୀଲର ବିଜନେସ୍ ମଡ୍ୟୁଲ

47

ସୁନୀଲ ମେହେର ଗିରଫ ହେବା ପରେ ଦେହ ବଜାରର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । କନକ ନ୍ୟୁଜ୍ରେ ଜଣେ ପେଡ୍ ଗର୍ଲଫ୍ରେଣ୍ଡ କାଲି ମୁହଁ ଖୋଲିବା ପରେ ଆଜି ପୁଣି ସାମ୍ନାକୁ ଆସିଛି ଆଉ ଏକ ଆଶ୍ଚର୍ଯ୍ୟକର କଥା । ଦେହ ବଜାରର ବିଜନେସ୍ ସ୍କିମ । କେମିତି ଚାଲିଥିଲା ଏହି ସ୍କିମ୍ । କନକ ନ୍ୟୁଜର ଅନୁସନ୍ଧାନମୂଳକ ରିପୋର୍ଟ । ସୁନୀଲର ବିଜନେସ୍ ମଡ୍ୟୁଲ

ସେକ୍ସþ ଟ୍ରେଡ୍ରେ ଫ୍ରାନଚାଇଜ୍ ବିଜନେସ୍ । ଦେହ ବ୍ୟବସାୟରେ ନିଜର କାୟା ବିସ୍ତାର କରି ସାରିଲାପରେ ସୁନୀଲ ମେହେର ତିଆରି କରିଥିଲା ବିଜନେସର ନୂଆ ଫଣ୍ଡା । ବଡ ବଡ କଂପାନୀର ସ୍କିମ୍ ବିଜନେସ୍ ଭଳି ସୁନୀଲ ମେହେର ଆରମ୍ଭ କରିଥିଲା ଚେନ୍ ବିଜନେସ୍ । ସୁନୀଲ ଥିଲା ଏହି ସେକ୍ସ ଟ୍ରେଡ୍ ର ରିଙ୍ଗ ମାଷ୍ଟର । ତଳକୁ ଥିଲେ ସୁନୀଲ ର ଅଧ ଡଜନେ ହେବ ସ୍ତ୍ରୀ । ଟଙ୍କାର ଲୋଭ ଦେଖାଇ ଦେହ ବ୍ୟବସାୟର ଅନ୍ଧାରୀ ଗଳିକୁ ଟାଣି ଆଣୁଥିଲେ ଅର୍ଥ ଅଭିଳାଷି ଓ ଅଭାବୀ ଯୁବତୀଙ୍କୁ । କିଛିଦିନ ଏ ଝିଅମାନେ ନିଜେ ସାଜୁଥିଲେ କଲଗାର୍ଲ । ସେମାନେ ଏହି ବିଜନେସ୍ ରେ ଟିକେ ପୁରୁଣା ହୋଇଗଲା ପରେ ଅନ୍ୟ ଯୁବତୀଙ୍କୁ ଆଣୁଥିଲେ ଏ ଲାଇନ୍କୁ ।

ଏମିତି ଧିରେ ଧିରେ ସୁନୀଲ ର ସେକ୍ସ ଚେନ ବଢିବଢି ଚାଲିଥିଲା । ଏହି ଚେନ  ପାଇଁ ସୁନୀଲ  କେମିତି ପାଉଥିଲା ଟଙ୍କା । ଯୁବତୀଜଣକ ଚେନ୍ର ଯେଉଁ ପୋଜିସନ୍ରେରେ ଥାନ୍ତୁ, ଦେହବ୍ୟବସାୟରୁ ଅର୍ଜିତ ଅର୍ଥର ସିଂହଭାଗ ଯାଉଥିଲା ଚେନþର ଦ୍ୱିତୀୟ ଲାଇନþ ରେ  ଥିବା ମହିଳା ଅର୍ଥାତ ସୁନୀଲଙ୍କ ସ୍ତ୍ରୀ ମାନଙ୍କ ପାଖକୁ ଆଉ ସେମାନଙ୍କ ଠାରୁ ସୁନୀଲ୍ ପାଉଥିଲା ତା ଭାଗ । କାରଣ ସୁନୀଲ  ସିଲଭର ବ୍ରାଣ୍ଡ ବ୍ୟବହାର କରିବା ଯୋଗୁଁ ତାଙ୍କୁ ରିତିମତ୍ ଭାବେ ସହଜରେ ଓ ସୁରକ୍ଷିତ ଭାବେ ମିଳିଯାଉଥିଲା ଗ୍ରାହକ ।

ଜଣେ ଯୁବତୀ ନିଜ ଦେହକୁ ବିକ୍ରୀ କରି ମାସକୁ ୩୦ ହଜାର ଟଙ୍କା ଆୟ କରୁଥିଲେ ,  ସୁନୀଲ ପାଖକୁ ଯାଉଥିଲା ୨୦ ହଜାର ଟଙ୍କା । ସେଥିରୁ ଯାହାବଳିଲା ସେତିକିରେ ସନ୍ତୁଷ୍ଟ ହେବାକୁ ପଡୁଥିଲା ନିଜ ଦେହକୁ ନିଲାମ୍ କରିଥିବା ଯୁବତୀଙ୍କୁ । ଆଉ ମୁହଁ ଖୋଲିଲେ ମିଳୁଥିଲା ନିର୍ଯ୍ୟାତନା ।

ଏହି ଚେନ୍ ଚଳାଇବାକୁ ସବୁବେଳେ ସୁନୀଲ ମେହେରକୁ ସବୁବେଳେ ଓଡିଶାରେ ବା ଭୁବନେଶ୍ୱରରେ ରହିବାକୁ ପଡୁନଥିଲା । ଯେଉଁଠି ଥିଲେ ବି ତା ଆକାଉଂଟ୍ କୁ ଆସିଯାଉଥିଲା ଟଙ୍କା । ବାସ୍ ଏଥିପାଇଁ କେବଳ ସୁନୀଲ କୁ ତାର ସଇତାନୀ ଦିମାଗ୍ କୁ ଖର୍ଚ୍ଚ କରିବାକୁ ପଡୁଥିଲା ।