ଦେଶର ପରବର୍ତୀ ମୁଖ୍ୟ ନିର୍ବାଚନ କମିଶନ ହେବେ ସୁନୀଲ ଆରୋରା : ଆସନ୍ତା ୨ରେ ଶପଥ ନେବେ ସୁନୀଲ

ସୁନୀଲ ଆରୋରା ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ

84

କନକ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଓପି ରାଓ୍ଵତଙ୍କ ପରେ ବରିଷ୍ଠତମ ନିର୍ବାଚନ କମିଶନର ସୁନୀଲ ଆରୋରା ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ । ଆସନ୍ତା ଡିସେମ୍ବର ୨ ତାରିଖରେ ସେ କାର୍ଯ୍ୟଭାର ଗ୍ରହଣ କରିବେ । ଏହି ଦିନ ଓପି ରାଓ୍ଵତ ଅବସର ଗ୍ରହଣ କରିବେ । ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ଆରୋରାଙ୍କ ନିଯୁକ୍ତିକୁ ମଂଜୁରୀ ଦେଇଛନ୍ତି । ବରିଷ୍ଠ ପାହ୍ୟାରେ ଆରୋରାଙ୍କ ତଳକୁ ରହିଛନ୍ତି ଅଶୋକ ଲାଭାସା । ଆରୋରା ଏପରି ସମୟରେ କାର୍ଯ୍ୟଭାର ଗ୍ରହଣ କରୁଛନ୍ତି ଯେତେବେଳେ ଦେଶର ୫ଟି ରାଜ୍ୟ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ନିର୍ବାଚନ ପ୍ରକ୍ରିୟା ଚାଲିଛି । ଏହି ରାଜ୍ୟଗୁଡିକରେ ଚାଲିଥିବା ନିର୍ବାଚନ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ବିବେଚନା କରାଯାଉଛି ।

 

ନୂଆ ମୁଖ୍ୟ ନିର୍ବାଚନ କମିଶନ ଭାବେ ଆରୋରା ହିଁ ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ପରିଚାଳନା କରିବେ । ତେବେ ମିଳିଥିବା ସୂଚନା ଅନୁସାରେ ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ତେଣୁ ନିର୍ବାଚନ କମିଶନରଙ୍କର ରହିଛି ଗୁରୁ ଦାୟିତ୍ୱ । ପୂର୍ବରୁ ମଧ୍ୟ ନିର୍ବାଚନ କମିଶନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଦେଶରେ ନିର୍ବାଚନ ପୂର୍ବରୁ ସରକାର ନିର୍ବାଚନ କରିବା ପାଇଁ ଚାହୁଁଛନ୍ତି ବୋଲି ସୂଚନା ମିଳିଥିଲା । କିନ୍ତୁ ପରେ ଏ ସମ୍ପର୍କ ସେପରି କୌଣସି ସୂଚନା ମିଳିନଥିଲା । ଦାୟିତ୍ୱ ଗ୍ରହଣ ପରେ ସୁନୀଲ କିପରି ଭାବରେ ଦାୟିତ୍ୱ ପରିଚାଳନା କରୁଛନ୍ତି ତାହା ଦେଖିବାକୁ ବାକିରହିଲା ।