ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ଏଂଟ୍ରି କରିବେ ବଲିଉଡରେ

16

ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ୨୦୧୭ରେ ବଲିଉଡରେ ଡେବ୍ୟୁ କରିବାର ସୂଚନା ମିଳିଛି । କିନ୍ତୁ ବଲିଉଡରେ ଏଂଟ୍ରି ଖବରକୁ ଖଣ୍ଡନ କରିଛନ୍ତି ନିଜେ ଅହାନ । ତାଙ୍କ ମତରେ ଫିଲ୍ମରେ କାମ କରିବା ପାଇଁ ସେ ଏବେ ବହୁତ ଛୋଟ ଅଛନ୍ତି ।

କିନ୍ତୁ ଖବର ମିଳିଛି ସାଜିଦ ନାଡିୟାଡୱାଲା ତାଙ୍କ ଫିଲ୍ମରେ ଆସନ୍ତାବର୍ଷ ଅହାନଙ୍କୁ ଲଂଚ କରିବେ । ଅହାନ କିଛି ଦିନ ପୂର୍ବରୁ ସଲମାନଙ୍କ ସହ ନଜର ଆସିଥିଲେ । ତେବେଠାରୁ ଏହି ଖବର ଆସୁଛ କି ଅହାନ ଏବେ ବଲିଉଡରେ ଏଂଟ୍ରି ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଏକଥା ରେ କେତେ ସତ୍ୟତା ଅଛି ତାହା ଆଗକୁ ଜଣା ପଡିବ ।