ସାତକୋଶିଆରେ ପୁଣି ଶିକାର କଲା ସୁନ୍ଦରୀ ! ଟାଇଁସି ଗାଁ ନିକଟ କୁମୁରିରେ ବଳଦ ଶିକାର କରିଛି ବାଘୁଣୀ

47

କନକ ବ୍ୟୁରୋ : ସାତକୋଶିଆରେ ପୁଣି ଶିକାର କରିଛି ସୁନ୍ଦରୀ । ପୁରୁଣାକୋର୍ଟ ଥାନା ଅନ୍ତର୍ଗତ ଟାଇଁସି ଗାଁ ନିକଟ କୁମୁରିରେ ଆଜି ବଳଦ ଶିକାର କରିଛି ବାଘୁଣୀ। ଏପରିକି ବାଘୁଣୀ ଗାଁ ପାଖରେ ବୁଲୁଥିବା କେତେକ ଗ୍ରାମବାସୀ କହିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟ ବଢ଼ିବାରେ ଲାଗିଛି । ଗତକାଲି ବାଘୁଣୀ ଜଣେ ମଣିଷ ଶିକାର କରିବା ପରେ ନିକଟବର୍ତି ଗାଁରେ ଆତଙ୍କ ଖେଳିଯାଇଥିଲା । ଏହାକୁ ନେଇ ସେହି ଅଂଚଳରେ ଉତେଜନା ଲାଗି ରହିଛି ।

 

ବାଘକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବିରେ ହଜାର ହଜାର ବନବାସୀ ୫୫ନମ୍ବର ଜାତୀୟ ରାଜପଥ ମୁଣ୍ଡାସାହି ଛକ ନିକଟରେ ଏକାଠି ହୋଇ ପୋଡାଜଳା କରିଥିଲେ । ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ପୁଲିସ୍ ଉଦ୍ୟମ କରିବାରୁ ମୁହାଁମୁହିଁ ହୋଇଥିଲେ । ଲୋକଙ୍କ ଉପରକୁ ପୁଲିସ୍ ଲାଠିଚାର୍ଜ, ଫାଙ୍କା ଗୁଳିଚାଳନା କରିଥିବାବେଳେ ଉତ୍ୟକ୍ତ ଲୋକମାନେ ଢ଼େଲା, ପଥର ବର୍ଷା କରିଛନ୍ତି । ପୁଲିସର ଦୁଇଟ୍ ଭ୍ୟାନକୁ ପୋଡି ଦେଇଥିବାବେଳେ ଏକାଧିକ ଗାଡି ଭଙ୍ଗାରୁଜା କରିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଅନୁଗୁଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନୁଗୁଳୁରେ ୧୩ପ୍ଲାଟୁନ ଫୋର୍ସ ମୂତୟନ କରାଯାଇଛି ।

 

ସମ୍ବଲପୁର ଓ ଢ଼େଙ୍କାନାଳରୁ ସ୍ପେଶାଲ ଫୋର୍ସ ମଗାଯାଇଛି । ସେପଟେ ବାଘୁଣୀକୁ ଧରିବା ପାଇଁ ସେଠାକୁ ଯାଇଛନ୍ତି ସ୍ପେଶାଲ ଟ୍ରାଙ୍କୁଲାଇଜ୍ ଟିମ୍ । ସେମାନେ ଆଜି ବାଘକୁ ଟାଙ୍କୁଲାଇଜ୍ କରିପାରନ୍ତି । ଟାଙ୍କୁଲାଇଜ୍ ଟିମ୍ରେ ପଶୁ ବିଶେଷଜ୍ଞ ସାମିଲ ହୋଇଛନ୍ତି । ଡେରାଡୁନର ମଧ୍ୟ ବନ୍ୟଜନ୍ତୁ ବିଶେଷଜ୍ଞ ଆସିଛନ୍ତି । ସେମାନଙ୍କ ସହ ଆଲୋଚନା ପରେ ପରବର୍ତି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପିସିସିଏଫ୍ । ତେବେ ଏସପି କହିଛନ୍ତି ସାଧାରଣ ଲୋକଙ୍କ ନାଁରେ ହିଂସା ସୃ୍ଷ୍ଟି କରୁଛନ୍ତି କେତେକ ଅସାମାଜିକ ବ୍ୟକ୍ତି ।