ସୁନ୍ଦରଗଡରେ ନୂଆଖାଇ ପାଇଁ ଆଜି ବାହାରିଲା ଲଗ୍ନ: ସକାଳ ୮.୩୦ ରୁ ୯ଟା ମଧ୍ୟରେ ମା’ଙ୍କଠାରେ ଲାଗି ହେବ ନବାନ୍ନ

ପାଖେଇ ଆସୁଛି ନୂଆଖାଇ

879

କନକ ବ୍ୟୁରୋ: ଆଜି ସୁନ୍ଦରଗଡ ଜିଲ୍ଲା  ପାଇଁ ନୂଆଖାଇ ଲଗ୍ନ ଧାର୍ଯ୍ୟ କରାଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ବ୍ରାହ୍ମଣ ସମାଜପକ୍ଷରୁ ବିଶିଷ୍ଟ ପଣ୍ଡିତମାନେ ବସି ଏହି ଲଗ୍ନଧାର୍ଯ୍ୟ କରିଛନ୍ତି । ସୁନ୍ଦରଗଡର ରାଜା ସମରେନ୍ଦ୍ର ଶେଖର ଦେଓ ଓ ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ରକୁ ଗଣନା କରି ଲଗ୍ନ ଧାର୍ଯ୍ୟ କରାଯାଇଛି ।

Nuakhai

ତେବେ ଲଗ୍ନ ଅନୁସାରେ ଋଷି ପଚଂମୀ ଅର୍ଥାତ ସେପ୍ଟେମ୍ବର ୩ ପୂର୍ବାହ୍ନ ୮.୩୦ ରୁ ୦୯ ମଧ୍ୟରେ ମା’ ସମଲେଇଙ୍କ ନିକଟରେ ନବାନ୍ନ ଲାଗି କରାଯିବା ପରେ ସମଗ୍ର ସୁନ୍ଦରଗଡବାସୀ ନୂଆ ଖାଇବେ । ଏହି ଲଗ୍ନ ଧାର୍ଯ୍ୟ କରାଯିବା ପରେ ବ୍ରାହ୍ମଣ ସମାଜର ପଣ୍ଡିତ ମାନେ ସୁନ୍ଦରଗଡ ରାଜାଙ୍କୁ ଲଗ୍ନ ଧାର୍ଯ୍ୟ ନେଇ ଅବଗତ କରାଇଛନ୍ତି ।