ସୁନ୍ଦରଗଡ : ତେଲେନଡିହୀ ଆଶ୍ରମ ସ୍କୁଲରେ ନିଆଁରେ ପୋଡି ହୋଇ ଛାତ୍ରୀ ଗୁରୁତର

22

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ତେଲେନଡିହୀ ଆଶ୍ରମ ସ୍କୁଲରେ ଅଘଟଣ । ନିଆଁରେ ପୋଡି ହୋଇ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଛାତ୍ରୀ ଜଣକ ହେଉଛନ୍ତି ଜ୍ୟୋତ୍ସ୍ନା ବେଗ୍ । ପ୍ରଥମେ ଛାତ୍ରୀକୁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଛାତ୍ରୀ ଜଣଙ୍କୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି । ସରସ୍ୱତୀ ପୂଜା ପାଇଁ ସ୍କୁଲ ପରିସରରେ ସଫାସୁତୁରା କରି ଆବର୍ଜନାକୁ ଜାଳି ଦେବାକୁ ସ୍କୁଲ କର୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ । ତେବେ ଅଳିଆ ଗଦାରୁ ନିଆଁ ଜ୍ୟୋତ୍ସ୍ନାର ଡ୍ରେସରେ ଲାଗିଯାଇଥିଲା ।