ଆଜି ୧୨ ଘଂଟିଆ ସୁନ୍ଦରଗଡ ବନ୍ଦ : ଏମସିଏଲ ବିରୋଧରେ ରାସ୍ତାକୁ ଓହ୍ଲାଇଛି ଜିଲ୍ଲା କଂଗ୍ରେସ

23

ସୁନ୍ଦରଗଡ : ଏମସିଏଲର ବୈମାତୃକ ମନଭାବ ଯୋଗୁଁ ସୁନ୍ଦରଗଡ ବନ୍ଦ । ଜିଲ୍ଲା ପ୍ରତି ଏମସିଏଲ କର୍ତୁପକ୍ଷଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରି ବନ୍ଦ ପାଳନ କରୁଛି ଜିଲ୍ଲା କଂଗ୍ରେସ । କମ୍ପାନୀ, କୋଇଲା ପରିବହନ ପାଇଁ ସ୍ୱତନ୍ତ୍ର କୋଲ କରିଡର, ଗୋପାଳପୁର ଟପରିଆ ରାସ୍ତା ଉନ୍ନତି କରଣ, ସୁନ୍ଦରଗଡ ଏମସିଏଲ ରାସ୍ତା ପ୍ରଶସ୍ତିକରଣ, ସ୍ଥାନୀୟ ଯୁବକଙ୍କୁ ନଯୁକ୍ତି ଏବଂ ପାରିପାଶ୍ୱିକ ଉନ୍ନୟନ କାର୍ଯ୍ୟ ଠିକ ଭାବରେ କରୁନଥିବା ଅଭିଯୋଗ ହୋଇଛି ।

ବର୍ଷେ ହେବ ଜିଲ୍ଲା କଂଗ୍ରେସ ଓ ସଦର ବିଧାୟକ ଯୋଗେଶ ସିଂ ବାରମ୍ବାର ଏନେଇ ଏମସିଏଲ କର୍ତୁପକ୍ଷଙ୍କୁ ତାଗିଦ କରିଛନ୍ତି ହେଲେ କମ୍ପାନୀ ଶୁଣୁନାହିଁ । ଯାହାର ପ୍ରତିବାଦରେ ଆଜି ୧୨ ଘଂଟିଆ ସୁନ୍ଦରଗଡ ବନ୍ଦ ପାଳନ କରାଯାଉଛି । ଏମସିଏଏଲ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯିବା ସହ କୋଇଲା ଖନନ ଓ ପରିବହନକୁ ମଧ୍ୟ ବନ୍ଦ କରାଯାଇଛି  ଫଳରେ ରାସ୍ତା କଡରେ ଠିଆ ହୋଇଛି ଶହଶହ ଟ୍ରକ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରେ ରଖି ବ୍ୟାପକ ପୋଲସି ମୁତୟନ କରାଯାଇଛି ।

ଦେଖନ୍ତୁ ଏହି ଭିଡିଓ –