ସୁନ୍ଦରଗଡରେ ଯୁବତୀଙ୍କ କଳା ଓଢଣୀ କଢାର ପ୍ରତିବାଦ : ଜିଲ୍ଲା କଂଗ୍ରେସର ଆଜି ସୁନ୍ଦରଗଡରେ ୧୨ ଘଂଟିଆ ବନ୍ଦ ଡାକରା

22

ସୁନ୍ଦରଗଡ : ଜୋର ଧରିଛି ସୁନ୍ଦରଗଡରେ ଯୁବତୀଙ୍କ କଳା ଓଢଣୀ କଢାର ପ୍ରତିବାଦ । ଆଜି ସୁନ୍ଦରଗଡରେ ୧୨ ଘଂଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କ କଳା ଓଢଣୀ କାଢିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ ।

ବନ୍ଦ’ର ଆଂଶିକ ପ୍ରଭାବ ରାଉରକେଲା ସହରରେ ଦେଖିବାକୁ ମିଳିଛି । ଯାତ୍ରିବାହୀ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ଦୁଇ ଚକିଆ ଯାନ ଚଳାଚଳ ସ୍ୱାଭାବିକ ରହିଛି । ପାନପୋଷ ଛକରେ ରାସ୍ତା ଅବରୋଧ କରି ପିକେଟିଂ କରିଛନ୍ତି କଂଗ୍ରେସ କର୍ମୀ । ସେହିପରି ବିଶ୍ରା ଛକରେ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି । ଯେଉଁ ସବୁ ସ୍କୁଲ କଲେଜରେ ପରୀକ୍ଷା ଚାଲିଛି ସେସବୁ ଖୋଲା ଥିବା ବେଳେ ଅନ୍ୟ ଗୁଡିକ ବନ୍ଦ ରହିଥିବା ଜଣାପଡିଛି । ତେବେ କିଛି ଦୋକାନ ବଜାର ଖୋଲା ରହିଥିବା ଜଣାପଡିଛି ।