ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଗୁରୁଡିଆ ରେଂଜ ଅଫିସର : ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ହୋଇଛି ଚଢାଉ

19

ସୁନ୍ଦରଗଡ : ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଗୁରୁଡିଆ ରେଂଜ ଅଫିସର । ଜ୍ଞାନେନ୍ଦ ଲିମାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୪ଟି ସ୍ଥାନରେ ରେଡ ହୋଇଛି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି । ସୁନ୍ଦରଗଡ, ଭବାନୀପୁର ଘର, ଭେଡାବାହାଲରେ ଥିବା ତାଂକ ଶଶୁର ଘର ଓ ଭୁବନେଶ୍ୱର ଶହିଦ ନଗରରେ ଥିବା ଆପାର୍ଟମେଂଟରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ସୁନ୍ଦରଗଡରେ ରହିଥିବା ଘରର ମୁଲ୍ୟ ପ୍ରାୟ ଦେଢ କୋଟି ଆକଳନ କରାଯାଇଥିବା ବେଳେ ୩ଟି କାର ଓ ୨ଟି ବାଇକ ଜବତ କରିଛି ଭିଜିଲାନ୍ସ । ଏହା ସହ ଚଢାଉ ସମୟରେ ୨ଟି ହାତୀ ଦାନ୍ତ ମଧ୍ୟ ଜବତ କରାଯାଇଛି । ତେବେ ଜବତ ହାତୀ ଦାନ୍ତ ସମ୍ପର୍କରେ ବନବିଭାଗ ଅଧିକାରୀଙ୍କୁ ଜଣାଇବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ଡିଏସପି ।