ସୁନ୍ଦରଗଡ : ରଣକ୍ଷେତ୍ର ପାଲଟିଲା ଜନଶୁଣାଣୀ ଶିବିର, ପୁଲିସ-ଆଦିବାସୀ ମୁହାଁମୁହିଁ

29

କନକ ବ୍ୟୁରୋ : ଜନଶୁଣାଣି ପାଲଟିଲା ରଣକ୍ଷେତ୍ର । ସୁନ୍ଦରଗଡ କୋଇଡା ବ୍ଲକରେ ପରିବେଶ ମଞ୍ଜୁରୀ ସମ୍ପର୍କିତ ଜନଶୁଣାଣିକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଗାଁ ଲୋକେ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ବଳପ୍ରୟୋଗ କରିବାକୁ ପଡିଛି । ଶୁକ୍ରବାର ଦିନ ସୁନ୍ଦରଗଡ କୋଇଡା ବ୍ଲକର ଘୋଡାବୁଢାଣି ସ୍କୁଲରେ ଏସାର ଷ୍ଟିଲ ପକ୍ଷରୁ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ନିମନ୍ତେ ଜନଶୁଣାଣି ଚାଲିଥିଲା ।

ଏଥିରେ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଜନଶୁଣାଣିକୁ ୩ଟି ଗାଁର ଲୋକେ ବିରୋଧ କରିଥିଲେ । ଫଳରେ ଜନଶୁଣାଣି ଅଂଚଳ ରଣକ୍ଷେତ୍ର ପାଲଟିଥିଲା । ପୋଲିସ-ସ୍ଥାନୀୟ ଲୋକେ ମୁହାଁମୁହିଁ ହୋଇଥିଲା । ଫଳରେ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା ।

ପୋଲିସର ଲାଠି ପ୍ରହାରରୁ ଛୋଟପିଲା ଓ ମହିଳା ବାଦ ପଡିନଥିଲେ । ଏଭଳି ପରିସ୍ଥିତିରେ ହି କମ୍ପାନୀ କର୍ତୃପକ୍ଷ, ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ଜନଶୁଣାଣି ଜାରି ରହିଥିଲା । ସେପଟେ ଘଟଣାକୁ ଲୁଚାଇବାକୁ ଉଦ୍ୟମ କରିଛି ପ୍ରଶାସନ । ଉପଜିଲ୍ଲାପାଳ କହିଛନ୍ତି ଏହା ଏକ ଯୋଜନବଦ୍ଧ ବିରୋଧ ।