ବିଧାୟକ ପଦରୁ ଇସ୍ତଫା ଦେଲେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ। ବିପଦରେ ବିରୋଧୀଦଳନେତା ପଦ ।

178

କନକ ବ୍ୟୁରୋ : କଂଗ୍ରେସ ପାଇଁ ବଢ଼ିଲା ଅଡୁଆ । କଂଗ୍ରେସର ବିଧାୟକ ପଦରୁ ଇସ୍ତଫା ଦେଲେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ । ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ଯୋଗେଶ ସିଂହ । ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ପାଇଁ ଗତଦ ୧୭ ତାରିଖରେ କଂଗ୍ରେସରୁ ନିଲମ୍ବନ ହୋଇଥିଲେ ଯୋଗେଶ । ଏହାପରେ ଦଳରୁ ଇସ୍ତଫା ମଧ୍ୟ ଦେଇଥିଲେ ଯୋଗେଶ । ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ଯୋଗେଶ । ଝାରସୁଗୁଡ଼ା ପୂର୍ବତନ କଂଗ୍ରେସ ନେତା ନବ ଦାସଙ୍କ ଇସ୍ତଫା ପରେ କଂଗ୍ରେସ ଚର୍ଚ୍ଚାରେ ଥିଲେ ଯୋଗେଶ ।

ପୁଣି ଚର୍ଚ୍ଚାରେ କଂଗ୍ରେସ ରାଜନୀତି । ଦୁର୍ବଳ ହେଉଛି ‘ହାତ’ । କିଏ ଇସ୍ତଫା ଆଉ କିଏ ନିଲମ୍ବନ କଂଗ୍ରେସ ପାଇଁ ସଙ୍କଟ ସୃଷ୍ଟି କରିଛି । ନବଙ୍କ ରାସ୍ତାରେ ଯୋଗେଶ ମଧ୍ୟ ଚାଲୁଥିବା ଚର୍ଚ୍ଚାରେ ଥିଲା । ଏବେ ତାହାକୁ ପ୍ରମାଣିତ କରିଛନ୍ତି ଯୋଗେଶ ବୋଲି ଶୁଣିବାକୁ ମିଳୁଛି । ଏପରିକି ଆସନ୍ତା ୨୪ରେ ବିଜେଡିରେ ନବ ଦାସଙ୍କ ସହ ଶଙ୍ଖ ଧରିପାରନ୍ତି ଯୋଗେଶ ବୋଲି ଶୁଣିବାକୁ ମିଳୁଛି ।

ରାହୁଲଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଦଳର ବରିଷ୍ଠ ନେତାମାନେ କଂଗ୍ରେସର ହାତ ଛାଡ଼ୁଛନ୍ତି ତ ଆଉ କାହାକୁ ‘ହାତ’ ନିଜେ ଛାଡ଼ି ଦେଉଛି । ସେପଟେ ଏଭଳି ଜଣକ ପରେ ଜଣ ବିଧାୟକ ଦଳ ଛାଡ଼ିବା ଆଉ ବହିଷ୍କାର ହେବା ବିଧାନସଭାରେ ବିରୋଧିଦଳନେତା ପଦ ସଙ୍କଟରେ ପଡ଼ିଛି ।

Comments are closed.