ସୁନ୍ଦରଗଡ ଜିଲ୍ଲା ଲମଟି ଗାଁରେ ଅଭାବନୀୟ ଘଟଣା : ଗଣେଶ ପୂଜା ଚାନ୍ଦା ଦେଇ ନପାରିବାରୁ ନିଆଁ ପାଣି ବାସନ୍ଦ କଲା ଗାଁ କମିଟି

91

କନକ ବ୍ୟୁରୋ : ସାମାନ୍ୟ କଥାରୁ ନିଆଁ ପାଣି ବାସନ୍ଦ ପରି ନିର୍ଦ୍ଦେଶ ଦେଉଛି ଗାଁ କମିଟି । ଏପରି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଧରୁଆଡିହୀ ଥାନା ଲମଟି ଗାଁରେ । ଗଣେଶ ପୂଜା ଚାନ୍ଦା ଦେଇ ନପାରିବାରୁ ଜଣେ ବ୍ୟକ୍ତିଙ୍କ ପରିବାରକୁ ଗାଁ କମିଟି ନିଆଁପାଣି ବାସନ୍ଦ କରିଛନ୍ତି । ସେହିପରି ଅନ୍ୟ ଜଣେ ବିଧବା ମହିଳା ନିଜ ବାଡିର ଗଛ କାଟିବା ବେଳେ ପଡୋଶୀଙ୍କ ବାଡିରେ ପଡିବା ପାଇଁ ୪ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲା ଗାଁ କମିଟି । ଏହା ଦେଇ ନପାରିବାରୁ ତାଙ୍କୁ ମଧ୍ୟ ବାସନ୍ଦ କରାଯାଇଛି ।

ଏହି ଦୁଇ ପରିବାରକୁ ନିଆଁପାଣି ସାଙ୍ଗକୁ କାହାରି ଘରକୁ ଯିବା ମନା, ଦୋକାନରୁ ସଉଦା ନେବା ମନା କରାଯାଇଛି । କେବଳ ସେତିକି ନୁହେଁ, କେହି ଏହି ଦୁଇ ପରିବାର ଘରକୁ ଗଲେ ତାଙ୍କୁ ମଧ୍ୟ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଜିଲ୍ଲାପାଳ ଆପୋଷ ସମାଧାନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଏବଂ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।