ନିୟମର ଖୋଲା ଉଲଂଘନ: ଅଭିଯୁକ୍ତ ହାତରେ ରଶି ଓ ହାତକଡି ବାନ୍ଧି ଟାଣି ଟାଣି ନେଲେ ପୁଲିସ୍

36

କନକ ବ୍ୟୁରୋ: ନିୟମର ଖୋଲା ଉଲ୍ଲଙ୍ଘନ । ଅଭିଯୁକ୍ତ ହାତରେ ଦଉଡି ବାନ୍ଧି ଟାଣି ଟାଣି ନେଉଛନ୍ତି ପୁଲିସ କର୍ମଚାରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ । ଅଭିଯୁକ୍ତ ଜଣକ ହେଲେ ହେମଗିରି ଥାନା ଅଚଂଳର ମନବୋଧ ପ୍ରଧାନ ।

ତାର ହାତରେ ହ୍ୟାଣ୍ଡକଫ ଓ ଦଉଡିରେ ବାନ୍ଧି ଟାଣି ଟାଣି ନେଇଥିଲେ ଦୁଇ ଜଣ ପୁଲିସ କର୍ମଚାରୀ । ତେବେ ପୁଲିସ କୌଣସି ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ମଧ୍ୟ ଗିରଫ କଲେ ହାତକଡି କି ରଶିରେ ବାନ୍ଧିବା ପାଇଁ ସିଆରପିସି ଆମାଣ୍ଡମେଣ୍ଡ ୫୦ ଏବଂ ୫୫ ଧାରା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଅନୁମତି ନେବା ବାଧ୍ୟତାମୂଳକ । ତେବେ ଖୋଲାଖୋଲି ଭାବରେ ଏଠାରେ ଏହି ନିୟମକୁ ଉଲ୍ଲଙ୍ଘନ କରାଯାଉଥିବା ଦେଖିବାକୁ ମିଳିଛି ।