ସୁନ୍ଦରଗଡର ଲୋକପ୍ରିୟ ଖେଳ ହକି : ଛୋଟ ବୟସରୁ ହକି ଖେଳ ପ୍ରତି ନିଷ୍ଠା ତାଙ୍କୁ ପହଂଚାଇଛି ବିଶ୍ୱସ୍ତରରେ

32

କନକ ବ୍ୟୁରୋ :  ସୁନ୍ଦରଗଡର ଲୋକପ୍ରିୟ ଖେଳ ହେଉଛି ହକି । ସେ ପୁଅ ହେଉ କି ଝିଅ । ଛୋଟ ବୟସରୁ ହକି ଖେଳ ପ୍ରତି ନିଷ୍ଠା ତାଙ୍କୁ ପହଂଚାଇ ଦିଏ ବିଶ୍ୱସ୍ତରରେ । ଅନ୍ୟପଟେ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ହକି ଖେଳାଳିଙ୍କୁ ପ୍ରୋସାହିତ କରିବାକୁ ଆଗେଇ ଆସିଛନ୍ତି । ଜିଲ୍ଲାର ସୁନ୍ଦରଗଡ ଏବଂ ପାନପୋଷ ଠାରେ ରାଜ୍ୟ କ୍ରୀଡା ବିଭାଗ ତରଫରୁ ହକି ପାଇଁ ହଷ୍ଟେଲ କରାଯାଇ ପ୍ରତି ବର୍ଷ ନୂଆ ଖେଳାଳିଙ୍କୁ ଚୟନ କରାଯାଉଛି । ଚୟନ ପରେ ସେମାନଙ୍କୁ ମାଗଣାରେ ତାଲିମ ଦିଆଯାଇ ଜାତୀୟ ଏବଂ ଅନ୍ତର୍ନ୍ତଜାତୀୟ ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥାଏ । ସେହିଭଳି ଜାତୀୟ କ୍ରୀଡା ପ୍ରାଧିକରଣ ପକ୍ଷରୁ ମଧ୍ୟ ସୁନ୍ଦରଗଡ ଏବଂ ପାନପୋଷ ଠାରେ ଏଭଳି ଚୟନ କରାଯାଇଥାଏ ।

ସୁନ୍ଦରଗଡ ଜିଲ୍ଲାର ଗାଁଗଣ୍ଡାରୁ ପିଲାମାନେ କାଉନସିଲିଂ ମାଧ୍ୟମରେ ଆସି ହଷ୍ଟେଲରେ ଯୋଗ ଦେବା ପରେ ପ୍ରତିଦିନ ୭ ରୁ ୮ ଘଂଟା ଅଭ୍ୟାସ କରିବା ସହ ତାଲିମ ନେଇଥାନ୍ତି । ଏବେ ସୁନ୍ଦରଗଡ ଜିଲ୍ଲାର ୩ଜଣ ଦିପସାନ ତିର୍କୀ, ବିରେନ୍ଦ୍ର ଲାକ୍ରା, ଅମିତ ଲାକ୍ରା ଜାତୀୟ ଦଳରେ ସ୍ଥାନ ପାଇଛନ୍ତି । ଯାହା ଏହି ତାଲିମନବୀସ ଖେଳାଳିଙ୍କୁ ଆହୁରି ଉତ୍ସାହିତ କରୁଛି । ହକି ଖେଳ ପ୍ରତି ନିଷ୍ଠା ଓ ଅଧ୍ୟବସାୟ ବଳରେ ଜିଲ୍ଲାର ଖେଳାଳିଙ୍କୁ ମିଳୁଛି ସଫଳତା ।

ଜାପାନରେ ଖେଳାଯାଇଥିବା ଏସିଆ କପ ମହିଳା ହକିରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଚୀନକୁ ହରାଇ ଦେଶ ପାଇଁ ଗୌରବ ଆଣିଥିଲା ଭାରତୀୟ ମହିଳା ହକି ଦଳ । ଆଉ ଏହି ମହିଳା ହକି ଦଳରେ ସାମିଲ ଥିଲେ ସୁନ୍ଦରଗଡ ଜିଲ୍ଲା ର ୫ ଖେଳାଳି । ସେମାନଙ୍କ ମଧ୍ୟରେ ଥିଲେ ଦୀପଗ୍ରେସ ଏକ୍କା ।ସୁନ୍ଦରଗଡ ଜିଲ୍ଲାର ଦିଲ୍ଲୀପ ତିର୍କିୀ, ପ୍ରବୋଧ ତିର୍କିୀ, ଇଗ୍ନେଶ ତିର୍କୀ, ବିରେନ୍ଦ୍ର ଲାକ୍ରା ଭଳି ଖେଳାଳି ଜାତୀୟ ଦଳର ପ୍ରତିନିଧିତ୍ୱ କରି ଅନ୍ତର୍ଜାତୀୟ ସ୍ତରରେ ନା କମାଇଛନ୍ତି । ସେହିପରି ମହିଳା ମଧ୍ୟ ପଛରେ ପଡି ନାହାନ୍ତି ।