କାମ ପାଇଁ ନିଷ୍ଠା ହେଲା କାଳ ! ସହକର୍ମୀଙ୍କ ଇର୍ଷାର ଶିକାର ହେଲେ ଅନ୍ୟ ସହକର୍ମୀ

50

କନକ ବ୍ୟୁରୋ : ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ ଆରୋନେଟିକ୍ସ ଲିମିଟେଡ- ହାଲରେ । କଡା ସୁରକ୍ଷା ବଳୟ ଭିତରେ ଥିବା ଏହି ସ୍ଥାନରେ ଜଣେ କର୍ମଚାରୀଙ୍କୁ ଅନ୍ୟ ସହକାରୀ ଜୀବନ୍ତ ଜାଳି ଦେଇଥିବା ଅଭିଯୋଗ ଆସିଛି ।

ସୁଖୋଇ ବିମାନର ଟେକନିସିଆନ ଭାବେ କାମ କରୁଥିବା ମାନସ ରଂଜନ ସେଠୀଙ୍କୁ ତାଙ୍କ ସହ କାମ କରୁଥିବା ଅନ୍ୟ ତିନିଜଣ ସହକର୍ମୀ ପେଟ୍ରୋଲ ପକାଇ ପୋଡି ଦେଇଥିବା ଅଭିଯୋଗ ହୋଇଛି । ନିଆଁ ଲାଗିଥିବା ଅବସ୍ଥାରେ ମାନସଙ୍କୁ ଅନ୍ୟମାନେ ଉଦ୍ଧାର କରି ପ୍ରଥମେ ସୁନାବେଡା ମେଡିକାଲ ଓ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

କୋଳରେ ୩ ବର୍ଷର ଝିଅକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ମାନସଙ୍କ ପତ୍ନୀ । ସ୍ୱାମୀଙ୍କ ମୃତ୍ୟୁ ପଛରେ ହାଲକୁ ଦାୟୀ କରିବା ସହ ୩ ଜଣଙ୍କ କର୍ମଚାରୀଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରିବା ସହ ଦୋଷୀକୁ ଦଣ୍ଡ ଦାବି କରିଛନ୍ତି ମାନସଙ୍କ ପତ୍ନୀ । ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –