ସୁନ୍ଦରଗଡ ଜିଲ୍ଲାରେ ଭିନ୍ନ ପରମ୍ପରାରେ ନୂଆଖାଇ ପାଳନ

38

vlcsnap-2016-09-06-11h23m19s191ସୁନ୍ଦରଗଡ : ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଯାହାକୁ ନେଇ ଚଳଚଂଚଳ ହୋଇ ପଡିଛି ପୂରପଲ୍ଲୀ । ହେଲେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ଟିକିଏ ଭିନ୍ନ ପରମ୍ପରାରେ ପାଳନ ହୁଏ ନୂଆଖାଇ । ଗୋଟିଏ ପଟେ ସାରା ପଶ୍ଚିମ ଓଡିଶା ବାସୀ ଇଷ୍ଟ ଦେବୀଙ୍କ ପାଖରେ ପହିଲି ଧାନ ଅର୍ପଣ କରୁଥାନ୍ତି । ଅନ୍ୟପଟେ ଆଦିବାସୀମାନେ ନିଜ ପିତୃ ପୁରୁଷଙ୍କ ପାଖରେ ଅର୍ପଣ କରନ୍ତି ହାଣ୍ଡିଆ ।

vlcsnap-2016-09-06-11h23m56s049ଆଦିବାସୀ ସଂପ୍ରଦାୟ ଓ ଓରାମ ସମାଜରେ ଲୋକେ ଏହି ଢ଼ଙ୍ଗରେ କରିଥାନ୍ତି ପୂଜାପାଠ । ଏହା ପରେ ଆରମ୍ଭ ହୁଏ ହାଣ୍ଡିଆ ପରମ୍ପରା । ଭେଲୁଆଁ ପତ୍ରରେ ସମସ୍ତେ ଧାଡିରେ ବସି ପିଇଥାନ୍ତି ହାଣ୍ଡିଆ। ଏହାପରେ ଜୁହାର ଭେଟର ପରମ୍ପରା ଆରମ୍ଭ ହୋଇଥାଏ । ଜୁଆର ଭେଟ ସରିଲା ପରି ଏମାନେ ମସଗୁଲ ହୋଇଯାନ୍ତି ପାରମ୍ପରିକ ନୃତ୍ୟ ଗୀତରେ । ଢ଼ୋଲ , ନିଶାନର ତାଲେ ତାଲେ ମସଗୁଲ ହୋଇ ପୂରା ଗୋଟିଏ ଦିନ ବିତାଇଥାନ୍ତି ।