ସୁନ୍ଦରଗଡ ଡିଏଫଓ ହାଜତରେ ଶିଶୁକନ୍ୟା ସମେତ ମହିଳାଙ୍କୁ ଅଟକ ମାମଲା : ରିପୋର୍ଟ ମାଗିଲେ ମାନବାଧିକାର କମିସନ

32

କନକ ବ୍ୟୁରୋ : ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟରେ ଜଣେ ମହିଳା ଓ ତାଙ୍କ ଶିଶୁକନ୍ୟାଙ୍କୁ ହାଜତରେ ରଖାଯିବା ମାମଲାରେ ରିପୋର୍ଟ ତଲବ କଲେ ମାନବାଧିକାର କମିଶନ । ଏ ସମ୍ପର୍କିତ ଅଭିଯୋଗର ଶୁଣାଣି କରି କମିଶନ ସୁନ୍ଦରଗଡ ଡିଏଫଓ ଓ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି । ୪ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ଏପ୍ରିଲ ୬ତାରିଖରେ ଏହି ମାମଲାର ପରବର୍ତି ଶୁଣାଣି କରାଯିବ । ଫେବୃୟାରୀ ୨୩ତାରିଖ ଦିନ ସୁନ୍ଦରଗଡ ଫରେଷ୍ଟ ରେଞ୍ଜର କର୍ମଚାରୀ ବାରାହା ଶିକାର କରିଥିବା ଅଭିଯୋଗରେ ଭବାନିପୁର ଗାଁର ଭାରତ ପ୍ରଧାନଙ୍କ ଘରେ ଚଢ଼ାଉ କରିଥିଲା । ଘରେ ଭାରତ ଅନୁପସ୍ଥିତ ଥିବାରୁ ତାଙ୍କର ପତ୍ନୀ ଓ ଶିଶୁକନ୍ୟା ସମେତ ଅନ୍ୟ ୨ଜଣକୁ କର୍ମଚାରୀମାନେ ଜବରଦସ୍ତ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ । ଏବଂ ହାଜତ ଭିତରେ ଅଟକ ରଖିଥିଲେ । ଏ ନେଇ ମାନବାଧିକାର କର୍ମୀ ଅଖଣ୍ଡ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-