ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ନବୀନ ସରକାରଙ୍କୁ ଭର୍ସନା : ସମସ୍ତ କ୍ଷେତ୍ରରେ ରାଜ୍ୟ ବିଫଳ ହୋଇଥିବା ବିଜେପି କଲା ଅଭିଯୋଗ

29

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ନବୀନ ସରକାରଙ୍କୁ ଭର୍ସନା । ଗରିବ ଲୋକ ଚାଉଳ, ରାସନ କାର୍ଡ ଏବଂ ବାସଗୃହ ହଡପ କରିଥିବା ଅଭିଯୋଗ । ସମସ୍ତ କ୍ଷେତ୍ରରେ ରାଜ୍ୟ ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଛି । ରାଜ୍ୟ ସରକାର ବିଦ୍ୟାଳୟରେ ଶିକ୍ଷକ, ଡାକ୍ତରଖାନାରେ ଡାକ୍ତର, ଲୋକଙ୍କ ପାଇଁ ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ପୂରଣ କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ସୁନ୍ଦରଗଡରେ ଆରମ୍ଭ ହୋଇଥିବା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରୀଣି ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଯୋଗ ଦେଇଛନ୍ତି । ସେହିପରି ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହ ସମସ୍ତ ଦଳୀୟ ପଦାଧିକାରୀ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପିର ୨୭୨ ଜଣ ପ୍ରତିନିଧି କାର୍ଯ୍ୟକାରୀଣିରେ ଯୋଗଦେଇଛନ୍ତି । କେନ୍ଦ୍ରରେ ମୋଦି ସରକାରଙ୍କ ଦୁଇ ବର୍ଷର ସଫଳତା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ କିଭଳି ଲୋକଙ୍କ ନିକଟରେ ପହଂଚାଯାଇ ପାରିବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ଚାଲିଛି ।