ସୁନ୍ଦରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା :୨ ମୃତ, ୫ ଗୁରୁତର

24

ସୁନ୍ଦରଗଡ ବ୍ୟୁରୋ, କନକ ନ୍ୟୁଜ୍ : ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା କଇଁସରା ଛକ ନିକଟରେ ସଡକ ଦୁର୍ଘଟଣା ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସୂଚନା ଅନୁସାରେ ୩ଟି ମୋଟର ସାଇକେଲରେ ୪ ଜଣ ଯୁବକ ଓ ୫ ଜଣ ଯୁବତୀ ଝାରସୁଗୁଡା ଅଭିମୁଖେ ଯାଉଥିଲେ। କଇଁସରା ଛକ ନିକଟରେ ଥିବା ମୋଡରେ ଭାରସାମ୍ୟ ହରାଇ ୩ଟି ବାଇକ ନିଜ ନିଜ ଭିତରେ ଧକ୍କା ହୋଇଥିଲେ । ଫଳରେ ସମସ୍ତେ ଗୁରୁତର ଆହତ ହୋଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ୭ ଜଣ ଆହତଙ୍କୁ ଡାକ୍ତରଖାନା ପଠାଇଥିଲା ।

ତେବେ ସେଠାରେ ପହଂଚିବା ପରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ସୁନ୍ଦରଗଡରେ ଚିକିତ୍ସାଧିନ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି । ଯୁବକମାନେ ଏଲ ଆଣ୍ଡ ଟି କମ୍ପାନୀର ସିକ୍ୟୁରିଟି ଗାର୍ଡ ଥିବା ବେଳେ ଯୁବତୀଙ୍କ ପରିଚୟ ଜଣାପଡିନାହିଁ।