ସୁନ୍ଦରଗଡ : ରାଜ୍ୟରେ ପ୍ରାଥମିକ ସ୍ତରର ଶିକ୍ଷା ବ୍ୟବସ୍ଥାର ଦୟନୀୟ ଚିତ୍ର ,ଅଙ୍ଗନୱାଡି କେନ୍ଦ୍ର ନଥିବାରୁ ଖୋଲା ଅଗଣାରେ ପାଠପଢୁଛନ୍ତି କୁନି କୁନି ପିଲା

77

କନକ ବ୍ୟୁରୋ : ରାଜ୍ୟରେ ପ୍ରାଥମିକ ସ୍ତରର ଶିକ୍ଷାବ୍ୟବସ୍ଥା କେତେ ଯେ ଦୟନୀୟ ତାହାର ଏକ ନଗ୍ନ ଚିତ୍ର ସୁନ୍ଦରଗଡ ଜିଲ୍ଳାରେ ଦେଖିବାକୁ ମିଳିଛି । ଅଙ୍ଗନୱାଡି କେନ୍ଦ୍ର ନଥିବାରୁ ପର ଦୁଆରେ ଚାଲିଛ ପାଠ ପଢା । ଖରା,ବର୍ଷା,ଶୀତରେ ଖୋଲା ଅଗଣାରେ ପାଠପଢୁଛନ୍ତି କୁନି କୁନି ପିଲା ।

ସୁନ୍ଦରଗଡ ସଦର ବ୍ଲକ ଭଷ୍ମା ପଂଚାୟତର ୧ ନମ୍ବର ଅଙ୍ଗନୱାଡି କେନ୍ଦ୍ର । ଅଙ୍ଗନୱାଡି ଗୃହ ନଥିବାରୁୁ ଗାଁର ଜଣକ ଘର ଦୁଆରେ ପାଠପଢା ଚାଲିଛି । ଗତ ବର୍ଷ ବର୍ଷା ଦିନରେ ପାଣି ଗଳିବା ସହ ଛାତରୁ କଂକ୍ରିଟ ଖସିବା ଯୋଗୁ ଅଙ୍ଗନୱାଡି କେନ୍ଦ୍ରଟିକୁ ଅସୁରକ୍ଷିତ ଘୋଷଣା କରି ତାଲା ପକାଯାଇଥିଲା । ସେବେଠାରୁ ଏହି ଖୋଲା ଅଗଣାରେ ଖରା, ବର୍ଷା, ଶୀତରେ ପାଠ ପଢୁଛନ୍ତି ପିଲା ।

କେବଳ ଏହି ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ନୁହେଁ ସୁନ୍ଦରଗଡ ବ୍ଲକର ମୋଟ ୧୭୫ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୪୧ଟି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ତେବେ ୧୦ଟି ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇଛି ଓ ସ୍ଥାନ ଚିହ୍ନଟ ହୋଇଥିବା ସିଡିପିଓ କହିଛନ୍ତି । କେବଳ ପର ଦୁଆରେ ପିଲା ମାନେ ପାଠ ପଢୁନାହାନ୍ତି ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଏଠାରେ କରାଯାଉଛି ।