ସୁନ୍ଦରଗଡ ଜୋରାଜମ ଘାଟିରେ ଭାରସାମ ହରାଇ ଗଛରେ ପିଟିଲା ମହେନ୍ଦ୍ରା ସବାରୀ : ୨ ମୃତ, ୧୦ ଆହତ

30

ସୁନ୍ଦରଗଡ : ଘାଟିରେ ଭାରସାମନ ହରାଇ ଗଛରେ ପିଟି ହୋଇଛି ଯାତ୍ରାବାହୀ ମହେନ୍ଦ୍ରା ସବାରୀ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କିଂଜିରକେଲା ଜୋରାଜମ ଘାଟିରେ । ଯାତ୍ରୀବାହି ଗାଡିଟି ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ୨ ମୃତ ହୋଇଛି । ଏହି ଦୁର୍ଘଟଣାରେ ୧୦ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବୁର୍ଲା ମେଡିକାଲରେ ଗୁରୁତରଙ୍କ ଚିକିତ୍ସା କରାଯାଉଛି ।