ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ନୂଆ ମୋଡ ! ସୁବ୍ରମଣ୍ୟମ୍ ସ୍ୱାମୀଙ୍କୁ ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

23

କନକ ବ୍ୟୁରୋ : ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ନୂଆ ମୋଡ । ସିବିଆଇ କରିପାରେ ମାମଲାର ତଦନ୍ତ । ଏହି ମାମଲାରେ ବରିଷ୍ଠ ବିଜେପି ନେତା ତଥା ସୁପ୍ରିମକୋର୍ଟ ଓକିଲ ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ବିଜୟ ହୋଇଛି । ପୂରା ମାମଲାର ଷ୍ଟାଟସ ରିପୋର୍ଟ ସ୍ୱାମୀଙ୍କୁ ପ୍ରଦାନ କରିବାକୁ କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ କୋର୍ଟ ୩ ଦିନ ସମୟ ଦେଇଛନ୍ତି । ସୁନନ୍ଦାଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ୱାମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁରଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଥିଲେ ସୁବ୍ରମଣ୍ୟମ୍ ସ୍ୱାମୀ ।

ସୁନନ୍ଦା ମୃତ୍ୟୁ ମାମଲାର ତଦନ୍ତ ଦିଲ୍ଲୀ ପୋଲିସ କରୁଥିବା ବେଳେ ଏବେ ଏହାକୁ ଅନୁଧ୍ୟାନ କରୁଛି ସିବିଆଇ । ସୁବ୍ରମଣ୍ୟମ୍ ସ୍ୱାମୀଙ୍କୁ ଦିଲ୍ଲୀ ପୋଲିସ ଏହି କେସର ଷ୍ଟାଟସ ରିପୋର୍ଟ ପ୍ରଦାନ ପରେ ମାମଲାର ପୁଣି ଥରେ ତଦନ୍ତ ହେବାର ସମ୍ଭାବନା ରହିଛି । ତେଣୁ ଯଦି ଶଶି ଥରୁର ଯଦି ପ୍ରକୃତରେ ତାଙ୍କ ପତ୍ନୀ ସୁନନ୍ଦାଙ୍କୁ ଭଲ ପାଉଥାନ୍ତି ତେବେ ତାଙ୍କୁ ସମର୍ଥନ କରନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ବାର୍ତ୍ତା ଦେଇଛନ୍ତି ସ୍ୱାମୀ ।