ସୁନାବେଶରେ ଶ୍ରୀଜିଉ

27

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସୁନାବେଶରେ ଶ୍ରୀଜିଉ । ମହଣ ମହଣ ସୁନାରେ ସଜ୍ଜିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତି । ରଥ ଉପରେ ମହାପ୍ରଭୁଙ୍କ ଅପରୂପ ସୁନାବେଶ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ । ଶ୍ରୀବିଗ୍ରହ ମାନଙ୍କର ମସ୍ତକ, ଗଳା, ହାତ ଓ ପାଦରେ ସୁନା ଅଳଙ୍କାର ପିନ୍ଧାଯାଇଛି । ଯାହା ହସ୍ତା, ପୟର, ମୁକୁଟ, ମୟୂର, ଚନ୍ଦ୍ରିକା, କୁଣ୍ଡଳ, ପଦ୍ମ, ସେବତୀ ନାଁରେ ନାମିତ । ଜଗନ୍ନାଥଙ୍କ ମସ୍ତକରେ ଶୋଭାପାଉଛି ହୀରାର ଚିତା । ଏଥିସହ ମସ୍ତକରେ ମୟୂର ପୁଛ ଆକୃତିର ଚୂଳପତି କାଳିଆ ଠାକୁରଙ୍କ ଶୋଭାକୁ ଦ୍ୱିଗୁଣିତ କରୁଛି । ସୁନାବେଶ ପାଇଁ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର । ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ଚାଲିଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।