ବିଦେଶ ପାଇଁ ନୂଆ ଓଡିଶା ପାଇଁ ପୁରୁଣା : ଆମେରିକାରେ “କୋଣାର୍କ’

12

କନକ ବ୍ୟୁରୋ : ଆମେରିକାରେ କୋଣାର୍କକୁ ନେଇ ଚର୍ଚ୍ଚା । ବିଦେଶରେ ଏ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଏବେ ଯାହା ପାଶ୍ଚାଚ୍ୟ ଦେଶର ଫ୍ୟାସନ୍, ତାହା ଆମ ଦେଶରେ ୨ ହଜାର ବର୍ଷର ପୁରୁଣା । ଏକଥା ପ୍ରମାଣିତ କରେ ସୂର୍ଯ୍ୟମନ୍ଦିରରେ ସ୍ଥାନ ପାଇଥିବା ପଥର ମୁର୍ତି । ସେହି ମୂର୍ତିରେ ଅଛି ପାଶ୍ଚାତ୍ୟ ସଭ୍ୟତାର ଝଲକ୍ । ଆମେରିକାର ବ୍ଲେୟାର ହାଉସରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଐତିହ ପ୍ରତ୍ୟାବର୍ତନ କାର୍ଯ୍ୟକ୍ରମରେ ମୋଦି ଏହା କହିଛନ୍ତି ।

ହୁଏତ ଓଡିଶା ଏବଂ ଓଡିଆଙ୍କ ଐତିହ୍ୟର କଥା କହି ମୋଦି ଗର୍ବ କରୁଛନ୍ତି ବିଦେଶରେ । ହେଲେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବର୍ତମାନର କୋଣାର୍କକୁ । କାରଣ ହଜି ଯିବାକୁ ବସିଥିବା ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ଥରୁଟିଏ ଚିନ୍ତା କରି ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।