କାଲିଠାରୁ ଖରାଛୁଟି ଘୋଷଣା କଲେ ସରକାର,ରଜ ପରେ ଖୋଲିବ ସ୍କୁଲ

32

କାଲିଠାରୁ ଖରାଛୁଟି ଘୋଷଣା କଲେ ସରକାର । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ବନ୍ଦ ହେଲା ସ୍କୁଲ । ଏସ୍ଆରସି ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ରଜ ପରେ ଖୋଲିବ ସ୍କୁଲ । ପୂର୍ବରୁ ୨୬ ଯାଏଁ ସ୍କୁଲ ଗୁଡିକ ଛୁଟି ଘୋଷଣା ହୋଇଥିଲା । ପ୍ରବଳ ଖରା ଯୋଗୁଁ ପ୍ରଥମେ ସକାଳୁଆ ସ୍କୁଲ କରାଯାଇଥିଲା । ତେବେ ପରେ ପରିସ୍ଥିତି ଅଣାୟତ ହେବାରୁ ସ୍କୁଲ ଗୁଡିକୁ ଏପ୍ରିଲ ୨୦ ଯାଏଁ ବନ୍ଦ କରିଦିଆଯାଇଥିଲା । ଏହାପରେ ପୁଣି ୨୬ ଯାଏଁ ଛୁଟିର ଅବଧିକୁ ବଢାଇଦେଇଥିଲେ ରାଜ୍ୟସରକାର । ତେବେ ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ପୁଣି ଏହି ଛୁଟିକୁ ବଢାଇଦେଇଛନ୍ତି ରାଜ୍ୟ ସରକାର ।