ଭୁଲରେ ମଧ୍ୟ ଗରମ ଦିନରେ ପିଅନ୍ତୁ ନାହିଁ ଏହି ଜୁସ୍ ! ଓଜନ ବଢ଼ିଯିବାର ସମ୍ଭାବନା ଅଛି । 

34

ଲୋକମାନେ ଭାବନ୍ତି ଯେ ଗରମ ଦିନରେ ଓଜନ ହ୍ରାସ କରିବା ସହଜ ହୋଇଥାଏ । କାରଣ ଏହି ସମୟରେ ହେଭି ଫୁଡ୍ ଖାଇବାକୁ ଇଚ୍ଛା ହୋଇ ନ ଥାଏ । କିନ୍ତୁ ଗରମ ହେତୁ ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା ହୋଇଥାଏ । ଆସନ୍ତୁ ଜାଣିବା କିଛି ଥଣ୍ଡା ପାନୀୟ ବିଷୟରେ ଯାହା ପିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।

ସଫ୍ଟ ଡ୍ରିଙ୍କ୍ସ : ବଜାରରେ ମିଳୁଥିବା ୩୩୦ ଏମଏଲ କୋକ୍ ବୋତଲରେ ପ୍ରାୟ ୧୩୯ କ୍ୟାଲୋରି ଥାଏ । ସୁଗାର ମଧ୍ୟ ଅଧିକ ପରିମାଣରେ ଥାଏ । ଓଜନ କମ୍ କରିବାକୁ ଚାହୁଁଥିବା ଲୋକମାନେ ସଫ୍ଟ ଡ୍ରିଙ୍କ୍ସ ପିଇବା ଅନୁଚିତ ।ଆଲକୋହଲ: ଏକ ଗ୍ଲାସ ଓ୍ଵାଇନରେ ୧୧୦ ରୁ ୩୦୦ ଯାଏଁ କ୍ୟାଲୋରି ରହିଥାଏ ।

ମଲାଇ ଲସୀ: ଦହି ଏବଂ ମଲାଇ ଲସି ଆପଣଙ୍କ ଓଜନକୁ ବୃଦ୍ଧି କରିଥାଏ । ତେଣୁ ଓଜନ କମ୍ କରିବାକୁ ଚାହୁଁଥିଲେ ଏସବୁକୁ ଗ୍ରହଣ କରନ୍ତୁ ନାହିଁ ।

ମକଟେଲ୍ସ : ଏଥିରେ ଥିବା ସ୍ୱିଟନର ଏବଂ ଫ୍ରୁଟ୍ ଫ୍ଲେଭରସ ରେ ୫୦୦ ରୁ ଅଧିକ କ୍ୟାଲୋରି ରହିଥାଏ।

ମଇଁଷି କ୍ଷୀର: ଏକ ଗ୍ଲାସ ମଇଁଷି କ୍ଷୀରରେ ୨୮୫ କ୍ୟାଲୋରି ରହିଥାଏ । ଏହା ପିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।

ଚକୋଲେଟ ସେକ୍ : ଏକ ଗ୍ଲାସ ଚକୋଲେଟ୍ ସେକ୍ରେ ୨୫୦ କ୍ୟାଲୋରି ରହିଥାଏ ।

କଫି: ଏକ କପ୍ କଫିରେ ୨୦୦ କ୍ୟାଲୋରି ଥାଏ ।

କମଳା ଜୁସ୍ : ଏହି ଜୁସ୍ରେ ଫାଇବର କମ୍ ଥାଏ ଏବଂ କ୍ୟାଲୋରି ଅଧିକ ରହିଥାଏ ।