ବଢ଼ିଲା ସ୍କୁଲ ଛୁଟି : ଜୁନ୍ ୧୮ ବଦଳରେ ୨୧ରେ ଖୋଲିବ ସ୍କୁଲ୍

62

କନକ ବ୍ୟୁରୋ : ବଢ଼ିଲା ଖରା ଛୁଟି । ଜୁନ୍ ୧୮ ବଦଳରେ ୨୧ରେ ଖୋଲିବ ସ୍କୁଲ୍ । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ଦିନ ଛୁଟି ବଢ଼ାଇବାକୁ ଘୋଷଣା କରିଛନ୍ତି ସରକାର । ଗ୍ରୀଷ୍ମପ୍ରବାହକୁ ଆଖିରେ ରଖି ଏହି ନିଷ୍ପତି ନିଯାଇଛି । ଏବଂ ଆଗକୁ ଯଦି ଏହିଭଳି ତାତି ଲାଗିରହେ ତେବେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ପୂର୍ବରୁ ଜୁନ୍ ୧୭ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ଅର୍ଥାତ୍ ଆସନ୍ତା ସୋମବାର ସ୍କୁଲ ଖୋଲିବାର ଥିଲା ।

ସୂଚନାଯୋଗ୍ୟ ମୌସୁମୀ ବାୟୁ ଓ ତତ୍ଜନିତ ବର୍ଷା ରାଜ୍ୟରେ ପହଞ୍ଚି ସାରିଥିଲେ ମଧ୍ୟ ରାଜ୍ୟରେ ଗତ ଦୁଇ ଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ରାଜ୍ୟର ୧୦ରୁ ଉର୍ଦ୍ଧ୍ୱ ସହରର ତାପମାତ୍ର ୪୦ ଡିଗ୍ରି ସେଲସିୟସ ଉପରେ ଥିବାବେଳେ ଭୁବନେଶ୍ୱରର ତାପମାତ୍ରା ୪୨ ଡିଗ୍ରି ସେଲସିୟସ ଛୁଇଁଛି । ଏହା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଏ ପରିସ୍ଥିତିରେ ରାଜ୍ୟର ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଆଖିଆଗରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା୧ ୮ ତାରିଖ ଦିନ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟଗୁଡ଼ିକ ଗ୍ରୀଷ୍ମ ଛୁଟି ପରେ ଖୋଲିବା ପାଇଁ ନୋଟିସ ଦିଆଯାଇଥିଲା । ମାତ୍ର ରାଜ୍ୟ ସରକାର ଆଜି ଏହି ଗ୍ରୀଷ୍ମ ଛୁଟିକୁ ୩ ଦିନ ବୃଦ୍ଧି କରିଛନ୍ତି। ଅର୍ଥାତ ଗ୍ରୀଷ୍ମ ଛୁଟି ଅବଧି ପୂରିବା ପରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଆସନ୍ତା ୨୧ ତାରିଖରେ ଖୋଲିବ ବୋଲି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।