ସମ୍ ପ୍ରତିଷ୍ଠାତା ମନୋଜ ନାୟକ ଅସୁସ୍ଥ : ଜେଲ୍ ହସ୍ପିଟାଲରେ ଚିକିତ୍ସା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଝାରପଡା ଜେଲରେ ସମ୍ ହସପିଟାଲ୍ ପ୍ରତିଷ୍ଠାତା । ତେବେ ସେ ଅସୁସ୍ଥ ଥିବାରୁ ଜେଲ ହସପିଟାଲରେ ତାଂକୁ ରଖାଯାଇଛି । ଡାକ୍ତର ତାଂକ ଚିକିତ୍ସା କରୁଛନ୍ତି । କୁହାଯାଉଛି, ମନୋଜଙ୍କ ମାନସିକ ଅବସ୍ଥା ଭଲ ନାହିଁ । ପୂର୍ବରୁ ମନୋଜ ନାୟକଙ୍କୁ କୋର୍ଟ ଅଣାଯିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ରିମାଣ୍ଡ ଅବଧି ସରିବା ପରେ ମନୋଜଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା ପୁଲିସ । ଆସନ୍ତା ମଙ୍ଗଳବାର ଦିନ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ ।