ବେଲ୍ ନା ଜେଲ୍ : ସମ୍ ପ୍ରତିଷ୍ଠାତା ମନୋଜ ନାୟକଙ୍କ ଜାମିନ ଆବେଦନର ଆଜି ହେବ ଶୁଣାଣି

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ପ୍ରତିଷ୍ଠାତା ମନୋଜ ନାୟକଙ୍କ ଜାମିନ ଆବେଦନର ଆଜି ଶୁଣାଣି ହେବ । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ତାଂକ ଜାମିନ ଆବେଦନ ଉପରେ ଶୁଣାଣି ହେବ । ଏନେଇ ପୂର୍ବରୁ ତାରିଖ ଧାର୍ଯ୍ୟ ହୋଇଛି ।

ଗତ ୨୫ ତାରିଖରେ ମନୋଜଙ୍କ ଜାମିନ ଆବେଦନର ଶୁଣାଣି ଥିଲା । ତେବେ ଖଣ୍ଡଗିରି ଥାନା ପୁଲିସ କୋର୍ଟରେ କେସ୍ ଡାଏରୀ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ କରିପାରିନଥିବାରୁ ଆବେଦନ ଉପରେ ଶୁଣାଣି ହୋଇପାରିନଥଲା ।

ଗତ ୧୭ ତାରିଖରେ ସମ୍ ଅଗ୍ନିକାଣ୍ଡ ପରେ ୧୯ ତାରିଖରେ ମନୋଜ ନାୟକଙ୍କ ବିରୋଧରେ ପୁଲିସ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଥିଲା । ସେଦିନ ରାତିରେ ଆତ୍ମସମର୍ପଣ କରିଥିଲେ ମନୋଜ । ପରେ ତାଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ପୁଲିସ ପଚରାଉଚୁରା କରିଥିଲା ।

ରିମାଣ୍ଡ ଅବଧି ସରିବା ପରେ ପୁଣି ଜେଲ୍ ହାଜତକୁ ଫେରିଥିଲେ ମନୋଜ । ସେପଟେ ମନୋଜଙ୍କ ପତ୍ନୀ ଶାଶ୍ୱତୀ ଦାସ ଓ ମନୋଜଙ୍କ ଭଉଣୀ ଆରତୀ ରଂଜନ ନାୟକ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ ଚାରିଟେବୁଲ୍ ଟ୍ରଷ୍ଟର ଅନ୍ୟତମ ଟ୍ରଷ୍ଟି ଅଛନ୍ତି ଶାଶ୍ୱତୀ ଦାସ । ଉଭୟ ଶାଶ୍ୱତୀ ଏବଂ ଆରତୀଙ୍କ ନାଁରେ ପୁଲିସ ଲୁକ୍ଆଉଟ୍ ସର୍କୁଲାର୍ ଜାରି କରିଛି ।