ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ମାଲିକ ମନୋଜ ନାୟକ ଆଜି ସକାଳେ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ୍ ତାଙ୍କୁ ଗିରଫ କରିଛି। ପୋଲିସ୍ ତାଙ୍କୁ ପଚାରାଉଚରା କରୁଥିବା ଜଣାପଡ଼ିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ମନୋଜ ନାୟକଙ୍କୁ ଧରିବାକୁ ଗତକାଲି ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିଲା କମିଶନରେଟ୍ ପୋଲିସ୍ । ତାଙ୍କ ସ୍ତ୍ରୀ ଶାଶ୍ୱତୀ ଦାସଙ୍କ ନାଁରେ ବି ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି । ଉଭୟେ ଶିକ୍ଷା ଓ ଅନୁସନ୍ଧାନ ଚାରିଟେବୁଲ୍ ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି । ସେମାନେ ଯେପରି ଦେଶ ବାହାରକୁ ନ ଯାଇପାରିବେ ସେଥିପାଇଁ ଏହି ସର୍କୁଲାର ଜାରି କରାଯାଇଛି ବୋଲି ପୋଲିସ୍ କମିଶନର ୱାଇ.ବି ଖୁରାନିଆ କହିଥିଲେ।
ସୂଚନାଯୋଗ୍ୟ, ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଗତ ସୋମବାର ସନ୍ଧ୍ୟାରେ ସମ୍ ହସ୍ପିଟାଲର ଡାଏଲେସିସ୍ ବିଭାଗରେ ନିଆଁ ଲାଗିଯାଇଥିଲା । ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା ।