ସମ୍ ହସ୍ପିଟାଲର ମେଡିସିନ ଷ୍ଟୋରରେ କିପରି ଲାଗିଲା ନିଆଁ : ଏନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ?

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲର ମେଡିସିନ ଷ୍ଟୋରରେ କିପରି ଓ କାହିଁକି ନିଆଁ ଲାଗିଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହସ୍ପିଟାଲ ପବ୍ଲିକ ରିଲେସନ ଅଫିସରଙ୍କ ସୁରକ୍ଷାରେ କୌଣସି ତ୍ରୁଟି ନାହିଁ । ହେଲେ ସମସ୍ତ ସୁରକ୍ଷା ସତ୍ୱେ ଦୁର୍ଘଟଣା ଏଡେଇ ଦେଇ ହୁଏନାହିଁ । ଏଥିସହ ସୁବ୍ୟବସ୍ଥା ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଥିବା ସେ ଦାବି କରିଛନ୍ତି ।

ଅନ୍ୟପଟେ ଅଗ୍ନିକାଣ୍ଡ ଘଟଣାକୁ ନେଇ ମେଡିକାଲରେ କାର୍ଯ୍ୟରତ ଜଣେ ନର୍ସ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ।ସେ କହିଛନ୍ତି ସର୍ଟ ସର୍କିଟ ହେବା ପରେ ମେଂଟେନାନସ ଡିପାର୍ଟମେଂଟକୁ ଖବର ଦିଆଯାଇଥିଲା । ମେଂଟେନାନସ ବିଭାଗର କର୍ମଚାରୀ ଆସି ଦେଖି ଚାଲିଯାଇଥିଲେ । ସେମାନେ କୌଣସି ପଦକ୍ଷେପ ନେଇନଥିବାରୁ ଏତେ ବଡ ଦୁର୍ଘଟଣା ଘଟିଗଲା ବୋଲି ସେ କହିଛନ୍ତି । ଯାହା ମେଂଟେନାନସ ବିଭାଗ ଓ କର୍ତୃପକ୍ଷଙ୍କ ଅବହେଳା ଓ ଖାମ ଖିଆଲ ମନୋଭାବକୁ ପଦାରେ ପକାଇଛି ।