ସମ୍ ହସ୍ପିଟାଲକୁ ପୁଣି ଏକ ଝଟକା! ଟ୍ରିଟମେଂଟ ପ୍ଲାଂଟ କାମ କରୁ ନଥିବାକୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୋଟିସ

37

କନକ ବ୍ୟୁରୋ : ସମ୍ ହସ୍ପିଟାଲକୁ ଆଉ ଏକ ଝଟକା । ନୋଟିିସ ଜାରି କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଟ୍ରିଟମେଂଟ ପ୍ଲାଂଟ କାମ କରୁନଥିବାରୁ ର୍ନିଗତ ଆର୍ବଜନା ପରିବେଶ ପ୍ରଦୂଷଣ କରୁଛି ବୋଲି କହିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ନିୟମ ଉଲଘନ କରିଥିବା ଏହି ବେସରକାରି ହସ୍ପିଟାଲ ବିରୋଦ୍ଦରେ ନୋଟିସ ଜାରି କରିଛି ରାଜ୍ୟ ପଦୂଷଣ ନିୟନ୍ତଣ ବୋର୍ଡ । କାହିଁକି ବାତିଲ କରାନ ଯିବ ହସ୍ପିଟାଲର କନସନ ଟୁ ଅପରେଟ ସାର୍ଟିଫିକେଟ ବୋଲି ନୋଟିସ ଦେଇଛି ବୋର୍ଡ ।

ପୂର୍ବରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ ଅଗ୍ନିକାଣ୍ଡ ଘଟି ୨୦ ରୁ ଅଧିକ ଲୋକ ଙ୍କ ଜୀବନ ଯାଇଥିଲା । ପୁଣି ଆଉ ଏକ ଅବହେଳା ର ଅଭିଯୋଗ ଆସିଛି । ହସ୍ପିଟାଲ ରୁ ବାହାରୁଥିବା ଅପରିଷ୍କାର ଜଳ ସିଧା ସଳଖ ପରିବେଶରେ ମିଶୁଛି ଓ ପରିବେଶକୁ ପ୍ରଦୂଷଣ କରୁଛି ବୋଲି ଅଭିଯୋଗ କରିଛି ପ୍ରଦୂଷଣ ବୋର୍ଡ ।