ସମ୍ ଅଗ୍ନିକାଣ୍ଡ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା : ଆମ୍ରିରେ ଆଖି ବୁଜିଲେ ଯଶୀପୁରର ପିରତ ସିଂହ

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ଅଗ୍ନିକାଣ୍ଡ ଘଟଣାରେ ଆଜି ପୁଣି ଆଉ ଜଣଙ୍କର ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ହୋଇଛି । ଏହା ସହ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୭ରେ ପହଁଚିଛି । ମୟୂରଭଞ୍ଜ ଯଶୀପୁର ଅଂଚଳର ପିରତ ସିଂ ମୃତ୍ୟୁବରଣ କରିଛନ୍ତି । ସମ୍ ହସ୍ପିଟାଲ ଅଗ୍ନିକାଣ୍ଡରେ ଗୁରୁତର ହୋଇ ପିରତ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶ୍ୱାସରୁଦ୍ଧ ହୋଇ ଅଗ୍ନିକାଣ୍ଡରେ ଗତ ସୋମବାର ଦିନ୧୯ ଜଣ ମୃତ୍ୟୁବରଣ କରିଥିଲେ । ଏହି ଅଗ୍ନିକାଣ୍ଡ ଘଟଣାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।