ସମ୍ ଗଣମୃତ୍ୟୁ ଘଟଣା : ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

32

କନକ ବ୍ୟୁରୋ : ସମ୍ ନିଆଁ ଅତନୁଙ୍କ ପଦ ପୋଡି ଦେବା ପରେ ବି ଲିଭିବାର ନାଁ ନେଉନି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେହେତୁ ଫାୟାର ସେଫଟି କ୍ଲିୟରାନ୍ସ ନଥାଇ ସମ ହସ୍ପିଟାଲ ଚାଲିଥିଲା । ସେଥିପାଇଁ ଅଗ୍ନିଶମ ବିଭାଗ ଊପରେ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର । ଅଗ୍ନଶମ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବାରୁ ନୈତିକତା ଦୃଷ୍ଟିରୁ ନବୀନ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପୁରା ଘଟଣାକୁ ଏଡାଇବା ପାଇଁ ଚେଷ୍ଟା କରୁଥିବା ସରକାରର ମୁଖିଆ ଓଡିଶା ବାସୀଙ୍କ ପାଖରେ ଉତର ରଖନ୍ତୁ  ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।