ସମ୍ ଅଗ୍ନିକାଣ୍ଡ ଘଟଣାରେ ୨୩ ଛୁଇଁଲା ମୃତ୍ୟୁ ସଂଖ୍ୟା : କ୍ୟାପିଟାଲ ହସ୍ପିଟାଲରେ ଆଖିବୁଜିଲେ ଆଉ ୨ ଜଣ

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ପୁଣି ୨ଜଣଙ୍କର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ସମ୍ ହସ୍ପିଟାଲରେ ମୃତକଙ୍କ ସଂଖ୍ୟା ୨୩ରେ ପହଂଚିଛି । ମୃତକ ମାନେ ହେଲେ ଭୁବନେଶ୍ୱର ଡୁମଡୁମାର ବିଶ୍ୱନାଥ ବେହେରା ଓ ପିପିଲି ବାଲିପଡ଼ା ଅଂଚଳର ରଶ୍ମିତା ସ୍ୱାଇଁ ।

୧୭ତାରିଖ ସଂଧ୍ୟାରେ ସମ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା । ଏହାସହ ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଅଗ୍ନିକାଣ୍ଡ ପରେ ଧୂଆଁ ଯୋଗୁଁ ଅଣନିଶ୍ୱାସୀ ହୋଇ ପ୍ରଥମେ ୧୯ଜଣ ଓ ପରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା ।