ଆସନ୍ତା କାଲି ସିଲଭର୍ ସ୍କ୍ରିନରେ ଦର୍ଶକ ଦେଖିବେ ସୁଲତାନର ଆକ୍ସନ୍

16

ଆସନ୍ତା କାଲି ପରଦାକୁ ଆସୁଛି ବହୁ ପ୍ରତିକ୍ଷିତ ଫିଲ୍ମ ସୁଲତାନ । ଭରପୁର୍ ଆକ୍ସନ୍ ସାଙ୍ଗକୁ କମେଡିର ତଡକା ପାଇବେ ଦର୍ଶକ ଏହି ଫିଲ୍ମରେ । ମୁଖ୍ୟ ଭୁମିକାରେ ସଲ୍ମାନ ଖାନ୍, ଅନୁଷ୍କା ଶର୍ମା ଓ ରଣଦୀପ୍ ହୁଡ୍ଡା ଅଭିନୟ କରିଥିବାବେଳେ ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ଅଲ୍ଲୀ ଆବାସ୍ । ଜଣେ ରେସ୍ଲରର ଜୀବନରେ ଥିବା ସଂଘର୍ଷର ପ୍ରଛଦପଟ କାହାଣୀକୁ ଏଥିରେ ନିର୍ଦେଶକ ବେଶ୍ ସୁନ୍ଦର ଭାବେ ସଜାଇଛନ୍ତି । ହରିୟାନାର ରେସ୍ଲର ସୁଲତାନ ଅଲ୍ଲୀ ଖାନଙ୍କ ଜୀବନକୁ ନେଇ କେନ୍ଦ୍ରାୟିତ ହୋଇଛି ଏହି ସିନେମା । ଏହି ସିନେମାରେ ଅଭିନୟ କରିବା ପାଇଁ ପୁର୍ବରୁ ସଲମାନ ରେସ୍ଲିଂ ଟ୍ରେନିଂ ମଧ୍ୟ ନେଇଥିଲେ । ଫିଲ୍ମର ଗୀତଗୁଡିକର ନିର୍ଦେଶନା ଦେଇଛନ୍ତି ହିଟ୍ ମ୍ୟୁଜିକ୍ ଡାଇରେକ୍ଟର ବିଶାଲ-ଶେଖର୍ । ୟଶ ରାଜ୍ ବ୍ୟାନରରେ ଏହି ସିନେମା ଦେଶର ୪୫୦୦ଟି ହଲରେ ଏହି ସିନେମା ମୁକ୍ତିଲାଭ କରିବାକୁ ଯାଉଛି । ତେବେ ମାସେ ତଳେ ଏହି ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଥିଲା । ଆଉ ଯାହାକୁ ପାଖାପାଖି ୨ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ ।