ରିଲିଜ ହେଲା ବହୁପ୍ରତିକ୍ଷିତ ଫିଲ୍ମ ସୁଲତାନର ପ୍ରଥମ ଟିଜର

31

ରିଲିଜ ହେଲା ବହୁପ୍ରତିକ୍ଷିତ ଫିଲ୍ମ ସୁଲତାନର ପ୍ରଥମ ଟିଜର । ଟିଜର ଆରମ୍ଭରୁ ହିଁ ଦେଖିବାକୁ ମିଳିଛି ସଲମାନଙ୍କ ଜବରଦସ୍ତ ଅଭିନୟ । କୁସ୍ତି ମଇଦାନରେ ନଜର ଆସିଛନ୍ତି ସଲମାନ୍ । ହରିୟାଣାର ପହିଲମାନ ସୁଲତାନ ଅଲ୍ଲୀ ଖାନଙ୍କ ଜୀବନିକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ସୁଲତାନ । ଏହି ଆର୍କଷଣୀୟ ଟିଜରରେ ସଲମାନଙ୍କ ନୂଆ ଫିଟନେସ ଦେଖିବାକୁ ମିଳିଛି । ଚରିିତ୍ରକୁ ଆଖି ଆଗରେ ଅଭିନେତା କାଫି ପରିଶ୍ରମ କରିଥିବା ଟିଜରରୁ ସ୍ପଷ୍ଟ ଜଣାପଡିଛି । ସଲମାନଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ନାୟିକା ହୋଇଛନ୍ତି ପିକେ ଗର୍ଲ ଅନୁଷ୍କା ଶର୍ମା । ଅନୁଷ୍କା ରେସଲଭର ଭୂମିକାରେ ନଜର ଆସିବେ । ଅଲ୍ଲୀ ଆବାସ ଜାଫରଙ୍କ ନିଦେ୍ର୍ଦଶନାରେ ପ୍ରସ୍ତୁତ ହୋଇଛି ଫିଲ୍ମ ସୁଲତାନ ।