୫୦୦୦ କି.ମି ବିମାନ ଚଳାଇ ଭାରତରେ ପହଞ୍ଚିଲେ ବ୍ରୁନେଇ ସୁଲତାନ୍‌

27

କନକ ବ୍ୟୁରୋ : ଜନରାଜ୍ୟ ଦିବସ ଲାଗି ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଥିବା ୧୦ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବ୍ରୁନେଇ ସୁଲତାନ୍‌। ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ବ୍ରୁନେଇ ସୁଲତାନ୍‌ ହହସନ୍‌ ଅଲ୍‌ ବୋଲ୍‌କିୟା ଦୀର୍ଘ ୫୦୦୦ କିମି ପଥ ବିମାନ ଚଳାଇ ଆସି ଭାରତରେ ପହଞ୍ଚିଛନ୍ତି। ବୋଲ୍‌କିଆ ତାଙ୍କ ନିଜର ୭୪୭-୪୦୦ ବିମାନରେ ଆସି ଦିଲ୍ଲୀର ବାୟୁସେନା ଷ୍ଟେସନ୍‌ ପଲମ୍‌ରେ ପହଞ୍ଚିଛନ୍ତି। ଚଳିତ ଏନ୍‌ଡିଏ ସରକାର ସମୟରେ ଏହା ବୋଲ୍‌କିଆଙ୍କ ପ୍ରଥମ ଗସ୍ତ।

ବ୍ରୁନେଇ ସୁଲତାନ ପୂର୍ବରୁ ମଧ୍ୟ ୨୦୦୮ ଓ ୨୦୧୨ମସିହାରେ ଭାରତକୁ ଆସିଥିଲେ । ଗତ ବର୍ଷ ଅକ୍ଟୋବରରେ ବ୍ରୁନେଇ ପାଳିଛନ୍ତି ନିଜର ୫୦ ବର୍ଷ ଶାସନର ପୂର୍ତ୍ତୀ । ଆଉ ମଧ୍ୟ ସୁଲତାନଙ୍କର ବିଭିନ୍ନ ପ୍ରକାର କାର୍ ଓ ଶହ ଶହ ଗାଡି ଆଦି ତାଙ୍କ ଗ୍ୟାରେଜରେ ରଖିଛନ୍ତି । ଯାହା ତାଙ୍କର ଗାଡି ପ୍ରତି ସଉକ ବିଷୟରେ ସୂଚାଏ । ଜଣେ ଭିନ୍ନ ଖୁସି ମିଜାଜର ସୁଲତାନ ଭାବେ ଖୁବ୍ ଜଚ୍ଚାଶୁଣ ବ୍ରୁନେଇ