ଶେଷରେ ମିଳିଲା ସୁଲୋଚନାଙ୍କ ସନ୍ଧାନ :୨୪ ଘଂଟା ଅପରେସନ ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ

19

କନକ ବ୍ୟୁରୋ : ୨୪ ଘଂଟାର ଅପରେସନ ପରେ ମାଟି ତଳୁ ଉଦ୍ଧାର ହେଲା ସୁଲୋଚନାଙ୍କ ମୃତଦେହ । ରାଜଗାଙ୍ଗପୁରର ଲୁପାଖଣ୍ଡି ଗାଁରେ ପାଣି ପିଇବାକୁ ଯାଇ ମାଟିତଳେ ପୋତି ହୋଇଯାଇଥିଲେ ଦଶମ ଶ୍ରେଣୀ ଛାତ୍ରୀ । ଗତକାଲି ସନ୍ଧ୍ୟାରେ ନଦୀ ଉପରେ ହେବାକୁ ଥିବା ପୋଲ ପାଇଁ ନିର୍ମାଣଧୀନ ଖମ୍ବ ନିକଟକୁ ଦଶମ ଶ୍ରେଣୀ ଛାତ୍ରୀ ସୁଲୋଚନା ଓ ତାର ସହଯୋଗୀ ସବିତା ମିଂଜ ପାଣି ପିଇବାକୁ ଆସିଥିଲେ । କିନ୍ତୁ ମାଟି ଦବି ହୋଇଯିବାରୁ ସୁଲୋଚନା ଓ ସବିତା ମାଟି ଭିତରକୁ ଚାଲିଯାଇଥିଲେ ।

ସବିତା କୌଣସି ପ୍ରକାରେ ନିଜକୁ ବଂଚାଇଥିଲେ ବି ସୁଲୋଚନାଙ୍କ ପତ୍ତା ମିଳିନଥିଲା । ଏ ସମ୍ପର୍କରେ କୁତ୍ରା ଦମକଳ ବିଭାଗକୁ ଖବର ଦିଆଯାଇଥିଲା । ଦୀର୍ଘ ୨୪ ଘଂଟା ହେବ ଦମକଳ ବାହିନୀ ଓ ଓସିଏଲର ମିଳିତ ଉଦ୍ୟମରେ ସୁଲୋଚନାଙ୍କ ସନ୍ଧାନ ମିଳିଛି । ସେପଟେ ନାବାଳିକାଙ୍କୁ ଶ୍ରମିକ ଭାବେ କାମ କରୁଥିବା ନେଇ ସଂପୃକ୍ତ ଠିକା ସଂସ୍ଥା ବିରୋଧରେ ଅଭିଯୋଗ ହୋେଇଛି ।