ପରମ୍ପରା ଭାଙ୍ଗିଲା ! ବିଧବା ଚାଲିଲେ ଫ୍ୟାସନ ସୋ’ରେ

38

ଆମର ଏଇ ପୁରୁଷ ପ୍ରଧାନ ସମାଜରେ ନାରୀ ସବୁବେଳେ ନିର୍ଯ୍ୟାତନାର ଶିକାର ହେବା କଥା କାହାକୁ ଅଜଣା ନାହିଁ । ପୁଣି କୈାଣସି ମହିଳାର ସ୍ୱାମୀ ଯଦି ମରିଯାଏ, ସମାଜ ତାକୁ ଏକ ଭିନ୍ନ ନଜରରେ ଦେଖେ ଏବଂ ବଦଳିଯାଏ ତାର ପରିଚୟ । ସମାଜର ଲୋକେ ତାକୁ ଶାନ୍ତିରେ ବଂଚିବାକୁ ଦିଅନ୍ତି ନାହିଁ ଏବଂ ସମସ୍ତଙ୍କ ପାଇଁ ସେ ଅଲୋଡା ପାଲଟି ଯାଏ । ଆସ୍ତେ ଆସ୍ତେ ବିଧବାମାନେ ମଧ୍ୟ ଭାବି ନିଅନ୍ତି ସେମାନଙ୍କ ଜୀବନ ଏକପ୍ରକାର ରଙ୍ଗହୀନ ହୋଇଯାଇଛି । ବିଧବାଙ୍କ ପ୍ରତି ଏପରି ଭାବନା ଓ କୁତ୍ସିତ ପରମ୍ପରାକୁ ବଦଳେଇବା ପାଇଁ ଏକ ନିଆରା ପଦକ୍ଷେପ ନେଇଛି ସୁଲଭ ଇଂଟରନ୍ୟାସନାଲ ଏନଜିଓ । ଦୈନିକ ଜାଗରଣ ଏହି ରିପୋର୍ଟଟିକୁ ପ୍ରକାଶ କରିଛି ।

ଏହି ଏନଜିଓ ତରଫରୁ ୪୦୦ ବିଧବା ମହିଳାଙ୍କୁ ଏକ ସୁଯୋଗ ଦିଆଗଲା ସଜବାଜ ହୋଇ ଫେସନ ସୋ’ରେ ଚାଲିବା ପାଇଁ । ଏଇ ବିଧବା ମହିଳାମାନେ ନିଜକୁ ସଜାଇ  ଯେତେବେଳେ ସୋ’କୁ ଓହ୍ଲାଇ ଥିଲେ ତାଙ୍କ ପ୍ରତି ଲୋକମାନଙ୍କ ଭାବନା ସଂପୂର୍ଣ୍ଣ ରୂପେ ବଦଳି ଯାଇଥିଲା । ଏହା ପୁର୍ବରୁ ବାରଣାସୀ ଓ ବୃନ୍ଦାବନରେ ମଧ୍ୟ ଏମିତି ଫ୍ୟାସନ ସୋ ଆୟୋଜନ କରିଥିଲେ ଏହି ଏନଜିଓର କର୍ମକର୍ତାମାନେ ।

ଫ୍ୟାସନ ସୋ’ ରେ ଭାଗ ନେଇଥିବା ଉର୍ମିଲା ତିୱାରୀ କହିଛନ୍ତି ଏଇ ସୋରେ ତାଙ୍କୁ ଯେପରି ଲୁୁଗା ପିନ୍ଧିବାର ସୁଯୋଗ ମିଳିଛି ତାଙ୍କ ବିବାହ ସମୟରେ ମଧ୍ୟ ସେ ଏପରି କରିପାରି ନଥିଲେ । ସ୍ୱାମୀ ମରିଯିବା ପରେ ବିଧବାମାନେ ନିଜ ମନ ମୁ୍ତାବକ ଜୀବନ ବଂଚି ପାରନ୍ତି ନାହିଁ ବୋଲି ୩୩ ବର୍ଷୀୟ ଉର୍ମିଳା ପ୍ରକାଶ କରିଛନ୍ତି । ସମାଜ ପକ୍ଷରୁ ବିଧବାଙ୍କ ପାଇଁ ବିଭିନ୍ନ ପ୍ରତିବନ୍ଧକ ଥାଏ ଏବଂ ଏହି ଧାରଣାକୁ ଭୂଲ ପ୍ରମାଣିତ କରିଛି ସୁଲଭ ଇଂଟରନ୍ୟାସନାଲ ଏନଜିଓ ତାର ଏଇ ନିଆରା ଉଦ୍ୟମ ମାଧ୍ୟମରେ ।

ସମାଜରେ ସବୁବେଳେ ଜଣେ ବିଧବାକୁ ବଂଚିବାପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ । କିନ୍ତୁ ସମୟଚକ୍ର ସବୁବେଳେ ପରିବର୍ତନଶୀଳ, ଆଜିର ଯୁଗରେ ଜଣେ ବିଧବା ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ମୁଣ୍ଡଟେକି ବଂଚିପାରିବ,ଏବଂ ଏମିତି ବହୁତ ଉଦାହରଣ ଆଜିକାଲି ଯୁଗରେ ନଜରକୁ ଆସୁଛି ।