ସୁକମା ଆକ୍ରମଣ ନେଇ ସିଆରପିଏଫକୁ ରିପୋର୍ଟ ମାଗିଲା ଗୃହ ମନ୍ତ୍ରାଳୟ ! ରାୟପୁର ପହଚିଂଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

28

କନକ ବ୍ୟୁରୋ : ସୁକମା ଆକ୍ରମଣ ଘଟଣାରେ ସିଆରପିଏଫକୁ ରିପୋର୍ଟ ମାଗିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ଘଟଣା ସମ୍ପର୍କରେ ସବିଶେଷ ରିପୋର୍ଟ ଶୀଘ୍ର ପ୍ରଦାନ କରିବା ପାଇଁ ସିଆରପିଏଫକୁ କହିଛି ଗୃହ ମନ୍ତ୍ରାଳୟ । ସୁକମା ଆକ୍ରମଣ ଘଟଣାରେ ଆଜି ଉଚ୍ଚସ୍ତରୀୟ ବୈଠକ ବସିବ ।

ସେପଟେ, ସୁକମାରେ ମାଓବାଦୀଙ୍କ ଆକ୍ରମଣ ପରେ ମାଲାକାନଗିରି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର ।