ଧନୁତୀରରେ ବମ୍ ! ନକ୍ସଲଙ୍କ ଚକ୍ରବ୍ୟୁହରେ ସିଆରପିଏଫ୍ ଯବାନ

40

କନକ ବ୍ୟୁରୋ :  ସିଆରପିଏଫ୍ ଯବାନ ମାନଙ୍କୁ ଆକ୍ରମଣ ପାଇଁ ଆତ୍ୟାଧୁନିକ ଅସ୍ତଶସ୍ତ୍ରରେ ସୁସଜ୍ଜିତ ହୋଇ ଆସିଥିଲେ ୩ ଶହରୁ ଅଧିକ ମାଓବାଦୀ । ହାତରେ ଥିଲା ଏକେ ୪୭ ଓ ରକେଟ୍ ଲଂଚର । ଏହାବାଦ୍ ଏହି ଆକ୍ରମଣରେ ତୀର ବମ୍ ବ୍ୟବହାର କରିଥିଲେ ନକ୍ସଲ । ତୀର ମୁନରେ ଲାଗିଥିଲା ବୋମା । ତୀର ବାଜିବା ମାତ୍ରେ କିଛି ଯବାନଙ୍କର ପୁରା ଶରୀରକୁ ବିସ୍ଫରୋଣ କରି ଉଡାଇଦେଇଥିଲା ଏହି ତୀର ବୋମା । ସବୁଠାରୁ ବଡ କଥା ହେଲା ଅତି କାପୁରୁଷତାର ପ୍ରମାଣ ଦେଇଛନ୍ତି ମାଓବାଦୀ । କାରଣ ନିରସ୍ତ୍ର ଏବଂ ବିଶ୍ରାମରତ ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ନକ୍ସଲ । ଫଳରେ ସହିଦ ହୋଇଗଲେ ୨୫ ବୀର ଯବାନ । ଯାହାଙ୍କୁ ସାରାଦେଶ ତାଙ୍କ ବଳିଦାନ ପାଇଁ ମନେ ରଖିବ ।

ସୋମବାର, ସକାଳ ପ୍ରାୟ ୮ଟା । ରାସ୍ତା ନିର୍ମାଣ କାମରେ ସୁରକ୍ଷା ଦେବାକୁ ପହଁଚିଲେ ସିଆରପିଏଫ୍ ୭୪ ବାଟାଲିଅନର ଯବାନ । ଟିମରେ ଥିଲେ ୮୦ ଜଣ ଯବାନ । ପରେ ୪୦-୪୦ ହୋଇ ଭାଗ ହୋଇଯାଇଥିଲେ ଚାର୍ଲି ଆଉ ବ୍ରାଭୋ ଟିମରେ । ଚିନ୍ତାଗୁଫା-ଜାଗରଗୁଣ୍ଡା ଅଂଚଳର ଘଂଚ ଜଙ୍ଗଲ ମଧ୍ୟରେ ଆରମ୍ଭ ହେଲା ରାସ୍ତା କାମ । ଯବାନଙ୍କ କଡା ପ୍ରହରା ମଧ୍ୟରେ ପ୍ରାୟ ୪ ଘଂଟା ଧରି କାମ ଚାଲିଥିଲା । ହେଲେ କିଛି କ୍ଷଣ ମଧ୍ୟରେ ସବୁ ଓଲଟପାଲଟ ହୋଇଗଲା ।

ସମୟ ପ୍ରାୟ ୧୨ ଟା ୪୦ । ଖାଇବାକୁ ବସିଥିଲେ ଶ୍ରମିକ । ଆଉ ତାଙ୍କୁ ଜଗିରହିଥିଲେ ସିଆରପିଏଫ୍ ଯବାନ । ଠିକ୍ ଏହି ସମୟରେ ଆରମ୍ଭ ହୋଇଗଲା ମାଓବାଦୀଙ୍କ ଆମ୍ବୁସ । ଅପ୍ରସ୍ତୁତ ଯବାନଙ୍କୁ ଚାରିଆଡୁ ଘେରିଯାଇଥିଲେ ୩୦୦ ରୁ ଅଧିକ ମାଓବାଦୀ । ପ୍ରଥମେ ରକେଟ୍ ଲଂଚର । ପରେ ଏରୋ ବମ୍ । ତୀରରେ ବିସ୍ଫୋରକ ସହ ଆଟାକ୍ । ତାସାଙ୍ଗକୁ ଅନ୍ଧାଧୁନ ଗୁଳିମାଡ । ନକ୍ସଲଙ୍କ ଚକ୍ରବ୍ୟୁହରେ ଫସିଯାଇଥିଲେ ବୀର ଯବାନ ।

୨ ଘଂଟା ଧରି ଚାଲିଲା ଗୁଳି ବିନିମୟ । ଘନ ଜଙ୍ଗଲରେ ଉଭୟ ପକ୍ଷରୁ ଫାୟାରିଂ । ହେଲେ ମାତ୍ର ୨୦-୨୫ ମିନିଟ୍ ଭିତରେ ଚାଲିଯାଇଥିଲା ୨୫ ବୀର ଯବାନଙ୍କ ଜୀବନ ।