କାରଣ ହେଲା ସ୍ପଷ୍ଟ ! ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭାରସାମ୍ୟ ହରାଇଥିଲା ଯବାନଙ୍କ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର

20

କନକ ବ୍ୟୁରୋ : ନକ୍ସଲ ଆକ୍ରମଣ ପରେ ସୁକମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସିଆରପିଏଫ ହେଲିକପ୍ଟର ଭିଜୁଆଲ ଏବେ ସାମନାକୁ ଆସିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଭାରସାମ୍ୟ ହରାଇଥିଲା ହେଲିକପ୍ଟର । କିନ୍ତୁ ଏଥିରୁ ଅଳ୍ପକେ ବର୍ତିଯାଇଥିଲେ ସିଆରପିଏଫ ଯବାନ । ସୁକମାର ଚିନ୍ତାଗୁମ୍ପା କ୍ୟାମ୍ପ ନିକଟରେ ହେଲିକ୍ପଟର ଅବତରଣ କଲା ବେଳେ ହେଲିକପ୍ଟର ନିଆଁ ଲାଗିଯାଇଥିଲା । କିନ୍ତୁ ପାଇଲଟ ଜଣକ ସୁରକ୍ଷିତ ଭାବେ ହେଲିକପ୍ଟରୁ ଅବତରଣ କରାଇଥିଲେ । ଏଥିରେ ପାଇଲଟଙ୍କ ସମେତ ସିଆରପିଏଫର ବରିଷ୍ଠ ଅଧିକାରୀ ଥିଲେ ।